ବଡଦାଣ୍ଡରେ ନରେନ୍ଦ୍ର ମୋଦି…

ବଡଦାଣ୍ଡରେ ନରେନ୍ଦ୍ର ମୋଦି…

ଗୋଟିଏ ପଟେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଚାଲିଥିବାବେଳେ ଆଉ ଗୋଟିଏ ପଟେ ଚାଲିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୋଗା ରୋଡ ସୋ । ଭୁବନେଶ୍ୱର ପରେ ପୁରୀରେ ରୋଡ ସୋ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ମୋଦୀଙ୍କ ରୋଡ ଶୋ’ ପାଇଁ ବଡଦାଣ୍ଡ ସହ ପୁରା ପୁରୀ ସହରକୁ କଡା ସୁରକ୍ଷା ବଳୟ ଭିତରେ ରଖାଯାଇଛି ।ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ବଡଦାଣ୍ଡରେ ମେଗା ରୋଡ୍ ଶୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତାଙ୍କ ସହ ଅଛନ୍ତି ମନମୋହନ ସାମଲ ଓ ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର । ରୋଡ ଶୋ’ ସମୟରେ ବଡ ଦାଣ୍ଡରେ ଦେଖିବାକୁ ମିଳିଥିଲା ପ୍ରବଳ ଜନସମାଗମ । ମୋଦୀଙ୍କ ସହ ତାଳ ଦେଇ ଚାଲିଥିଲେ ମୋଦୀଙ୍କ ସମର୍ଥକ । ଏହାସହ ମୋଦୀଙ୍କ ଝଲକ ନେବାକୁ ରାସ୍ତା କଡ ଓ ପ୍ରତି ଘର ଛାତ ଉପରେ ମଧ୍ୟ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା । ଆଜି ମୋଦୀଙ୍କ ରୋଡ ଶୋ’ ପାଇଁ ବଡଦାଣ୍ଡ ସହ ପୁରା ପୁରୀ ସହରକୁ କଡା ସୁରକ୍ଷା ବଳୟ ଭିତରେ ରଖାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *