କଟକରେ ମୋଦିଙ୍କ ସମ୍ବୋଧନ ; ଏଥର ବଦଳିବ ସରକାର

କଟକରେ ମୋଦିଙ୍କ ସମ୍ବୋଧନ ; ଏଥର ବଦଳିବ ସରକାର

ରାଜ୍ୟରେ ଏଥର ବିଜେପି ସରକାର ଆଣିବାକୁ ଭାରତୀୟ ଜନତା ପାର୍ଟି ପୁରା ଫର୍ମରେ ରହିଛି । ଦିଲ୍ଲୀର ଶୀର୍ଷ ନେତୃତ୍ୱ ଓଡିଶାକୁ ଘନଘନ ଗସ୍ତ କରିବା ସହ ସମାବେଶ ପରେ ସମାବେଶ କରୁଛନ୍ତି ବିଜେପି ନେତା । ତେବେ ଏହାରି ମଧ୍ୟରେ ଆଜି ପୁରୀ , ପରେ ଅନୁଗୁଳ ଏବଂ ସେଠାରୁ କଟକ ଯାଇ ଏକ ବିଶାଳ ଜନସଭାକୁ ସମ୍ବୋଧନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମେ ଓଡିଆରେ ଜନସଭାକୁ ସମ୍ବୋଧିତ କରି ପରେ ସଭାକୁ ଆରମ୍ଭ କରିଥିଲେ । ଜନସଭାରେ ଏତେ ସଂଖ୍ୟ ପ୍ରଶଂସକଙ୍କୁ ଦେଖିବା ପରେ ସେ ନିଶ୍ଚିତ ଯେ, ୨୫ ବର୍ଷ ପରେ ଓଡିଶା ନୂଆ ଇତିହାସ ରଚିବାକୁ ଯାଉଛି । ଓଡିଶାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଶପଥ ନେବେ । ଏହାସହ କଟକବାସୀଙ୍କ ଆଶୀର୍ବାଦରୁ ତୃତୀୟଥର ପାଇଁ ଜୁନ୍ ୧୦ରେ ମୋଦୀ ପୁଣି ଦିଲ୍ଲୀରେ ଶପଥ ନେବ, ଏହା ଧାର‌୍ୟ୍ୟ’ । ଏହାପରେ କଟକର ଗାରିମା ବଖାଣିଛନ୍ତି ମୋଦୀ ।

author

Related Articles

Leave a Reply

Your email address will not be published. Required fields are marked *