ଅନୁଭବଙ୍କ ଗର୍ଜନ ବିରୋଧି ଶିବିରରେ କମ୍ପନ

ଅନୁଭବଙ୍କ ଗର୍ଜନ ବିରୋଧି ଶିବିରରେ କମ୍ପନ

କିଛିଦିନ ହେଲା ରାଜନୀତିରୁ କୁଆଡେ ଉଭେଇ ଯାଇଥିଲେ ଅନୁଭବ । ସାଂସଦ ଥିଲେ କିନ୍ତୁ ରାଜନୀତି ମଇଦାନରେ ସକ୍ରିୟ ନଥିଲେ ।  କିନ୍ତୁ ଏବେ ସେ ଫୁଲ ଜୋସର ସହିତ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି । ବିଜେଡି ଟିକେଟରେ ସାଂସଦ ହେଲେ ଦଳ ପାଇଁ ପ୍ରଚାର କଲେ ଲୋକଙ୍କ ପାଖରେ ପହଞ୍ଚିଲେ କିନ୍ତୁ ତା ବଦଳରେ ଦଳ ତାଙ୍କୁ କୋଣଠେସା କରିଦେଲା ଯାହାଫଳରେ ଦଳରୁ ଇସ୍ତଫା ଦେଇଦେଲେ ଏବଂ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପାଦ ଥାପି ଗେରୁଆ ରଙ୍ଗରେ ରଙ୍ଗେଇ ହେଲେ । ଦିନେ ସେ ବିଜୁ ଜନତା ଦଳରେ ଥାଇ ନବୀନ ବାବୁଙ୍କ ଗୁଣ ଗାନ କରୁଥିଲେ ଆଉ ଆଜି ସେ ନବୀନଙ୍କୁ ଛି ଛି କରି ମୋଦିଙ୍କ ବିକାଶର ବାର୍ତ୍ତା ଲୋକମାନଙ୍କ ପାଖରେ ପହଞ୍ଚାଉଛନ୍ତି । ହଁ ଆଜ୍ଞା ଆମେ କହୁଛୁ ଅଭନେତା ତଥା ବିଜେପି ନେତା ଅନୁଭବ ମହାନ୍ତିଙ୍କ କଥା । କେବଳ ରାଜନୀତି ମଇଦାନ ନୁହେଁ ଓଲିଉଡ ଜଗତର ଜଣେ ଜଣାଶୁଣା ନାଁ ଅନୁଭବ ମହାନ୍ତି । ବିଜେଡି ଟିକେଟରେ କେନ୍ଦ୍ରାପଡାରୁ ସାଂସଦ ହୋଇଥିଲେ । କିନ୍ତୁ ଦଳ କୋଣଠେସା କରେଇବାରୁ ଦଳରୁ ଇସ୍ତଫା ଦେଇଦେଲେ । ଭାରତୀୟ ଜନତା ପାର୍ଟିରେ ମିଶିବା ପରେ ବିଜେପି ସିନା ଟିକେଟ ଦେଇନି କିନ୍ତୁ ପ୍ରଚାରକ ଭାବେ ମଇଦାନକୁ ଓହ୍ଲାଇଛନ୍ତି ଅନୁଭବ ମହାନ୍ତି । ପ୍ରଚାର କରିବା ସହ ବିଜୁ ଜନତା ଦଳର ଗୁମର ଖୋଲୁଛନ୍ତି । ତାଙ୍କ ଟିକେଟକୁ ଷଡଯନ୍ତ୍ର କରି କାଟିଦେଇ  ବର୍ଷାଙ୍କୁ ଟିକେଟ ଦେଇଛନ୍ତି ତା ସାଙ୍ଗକୁ ବିଜୁ ଜନତା ଦଳ ଆଉ ଆଗ ପରି ନାହିଁ ବୋଲି କହିଛନ୍ତି । ତାମିଲ ବାବୁଙ୍କ ହାତରେ ଓଡିଶାର ଶାସନ ଭାର ଟେକି ଦିଆଯାଉଛି ବୋଲି ଲୋକଙ୍କୁ ଅବଗତ କରାଉଛନ୍ତି ଅନୁଭବ ମହାନ୍ତି । ବିଜୁ ଜନତା ଦଳକୁ ଏଥର ଓଡିଶାରୁ ହଟେଇବା ପାଇଁ ଅଣ୍ଟା ଭିଡିଛନ୍ତି ଅନୁଭବ । ଦଳରେ ତାଙ୍କୁ କରାଯାଇଥିବା ଅପମାନର ପ୍ରତିଶୋଧ ନେବା ପାଇଁ ଫୁଲ ଜୋସରେ ବିଜେପି ନେତା । ଏଥର ଯୋଡି ଶଙ୍ଖ ନୁହେଁ ବରଂ ଯୋଡି ପଦ୍ମ ପାଇଁ ପ୍ରଚାର କରୁଛନ୍ତି ଅନୁଭବ । ତେବେ ବିଜୋଡି ବିରୋଧରେ ଅନୁଭବଙ୍କ ଏହି ଗର୍ଜନ ଲୋକମାନଙ୍କ ଉପରେ କେତେ ପ୍ରଭାବ ପକାଉଛି ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *