ସମୀରଙ୍କୁ ମିଳିଲା ନୂଆ ଦାୟିତ୍ୱ

ସମୀରଙ୍କୁ ମିଳିଲା ନୂଆ ଦାୟିତ୍ୱ

ବିଜେପି ନେତା ସମୀର ଦାସଙ୍କୁ ମିଳିଲା ନୂଆ ଦାୟିତ୍ୱ । ଖାରବେଳ ସ୍ୱାଇଁଙ୍କ ସ୍ଥାନ ନେଲେ ସମୀର ରଞ୍ଜନ ଦାସ । ହଁ ଆଜ୍ଞା, ଦୁଇ ଦିନ ପୂର୍ବରୁ ବିଜେପିରେ ଯୋଗ ଦେଇଥିବା ସମୀରଙ୍କୁ ଦଳ ସଙ୍ଗେ ସଙ୍ଗେ ଏକ ବଡ ଦାୟିତ୍ୱ ଦେଇଛି । ଦଳକୁ ଆସୁ ଆସୁ ତାଙ୍କୁ ଦଳର ରାଜ୍ୟ ମୁଖପାତ୍ର ଭାବେ ନିଯୁକ୍ତି ମିଳିଛି । ଯାହାକୁ ନେଇ ସମୀର ବେଶ୍ ଖୁସି ଥିବା ଜଣାପଡିଛି । ଅନ୍ୟପଟେ ବିଜେପି ନେତା ଖାରବେଳ ସ୍ୱାଇଁଙ୍କୁ ଦଳ ବହିଷ୍କୃତ କରିଛି । ଖାରବେଳ ବାଲେଶ୍ୱରରୁ ଲୋକସଭା ଆସନ ପାଇଁ ଟିକେଟ ଚାହୁଁଥିଲେ । କିନ୍ତୁ ଦଳ ତାଙ୍କ ବଦଳରେ ପ୍ରତାପ ଷଡଙ୍ଗୀଙ୍କୁ ରିପିଟ୍ କରିଛି । ଏହାକୁ ନେଇ ଖାରବେଳ ଅସନ୍ତୋଷ ରହିବା ସହିତ ଟିକେଟ ପାଇଁ ବାରମ୍ବାର ଦଳ ଉପରେ ଚାପ ପକାଉଥିଲେ । ଏପରିକି ଟିକେଟ ନଦେଲେ ସେ ସ୍ୱାଧୀନ ହୋଇ ଲଢିବେ ବୋଲି ଘୋଷଣା କରିଥିଲେ । କିନ୍ତୁ ତାଙ୍କ ସତ ଚେଷ୍ଟା ପରେ ବି ଦଳ ତାଙ୍କୁ ଟିକେଟ ଦେଲାନି । ଯାହା ପରେ ଏବେ ସେ ବାଲେଶ୍ୱରର ସାଂସଦ ପଦ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି । ଯାହାକୁ କେନ୍ଦ୍ର କରି ଏବେ ବିଜେପି ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କୃତ କରିଥିବା ଜଣାପଡିଛି । ତେବେ ଖାରବେଳଙ୍କ ସହିତ ଅନ୍ୟ କିଛି ନେତାଙ୍କୁ ମଧ୍ୟ ଦଳ ବହିଷ୍କୃତ କରିଥିବା ସୂଚନା ମିଳିଛି । ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ଦଳର ମିଡିଆ ସେଲକୁ ଆହୁରି ସୁଦୃଢ କରିବା ପାଇଁ ସମୀର ଦାଶ ଏବଂ ତପନ ଚାନ୍ଦଙ୍କୁ ମୁଖପାତ୍ର ଭାବେ ନିଯୁକ୍ତ କରିଛନ୍ତିା ସମୀରଙ୍କୁ ନିମାପଡା. କାକଟପୁର, ପିପିଲି ଓ ସତ୍ୟବାଦୀ ବିଧାନସଭା ଆସନ ପାଇଁ ବିଜେପିର ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି । ବିଜେପି ସମସ୍ତ ଆସନରେ ପ୍ରାର୍ଥୀ ଦେଇସାରିଥିବା ବେଳେ ସମୀର ଏଥର ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁନଥିବାରୁ ଦଳ ତାଙ୍କୁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିବା କୁହାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *