ଘଡେଇ ପରିବାର ହାତରୁ ଖସିବ ସୁକିନ୍ଦା !

ଘଡେଇ ପରିବାର ହାତରୁ ଖସିବ ସୁକିନ୍ଦା !

ରାଜ୍ୟରେ ଜୋର ଜମୁଛି ନିର୍ବାଚନୀ ମାହୋଲ । ଓଡିଶା ରାଜନୀତିରେ ଅନେକ ବିଧାନସଭା ଆସନ ବିଜେଡିର ଗଡ ହୋଇ ରହିଛି । ତା ମଧ୍ୟରୁ ଗୋଟିଏ ହେଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ । ଚଳିତ ନିର୍ବାଚନରେ ସୁକିନ୍ଦାରେ ହେବ ଜୋରଦାର ଲଢେଇ । ସୁକିନ୍ଦାରେ ଚାଲିଛି ଘଡେଇ ପରିବାରର ଶାସନ । 1990 ମସିହାରୁ ଘଡେଇ ପରିବାର ହାତରେ ରହିଛି ଏହି ନିର୍ବାଚନ ମଣ୍ଡଳୀ ଯାହାକୁ 24 ମହାସମରରେ ହାତେଇବା ପାଇଁ ଚେଷ୍ଟା କରୁଛି ଭାରତୀୟ ଜନତା ପାର୍ଟି । ପ୍ରଥମେ 2009 ମସିହାରେ କରୋଇ ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ପ୍ରୀତିରଞ୍ଜନ ଘ଼ଡେଇ । ଏହାପରେ 2014 ନିର୍ବାଚନରୁ ବାପାଙ୍କ ଗଡ ସମ୍ଭାଳିବାକୁ ସୁକିନ୍ଦାରେ ମଇଦାନକୁ ଓହ୍ଲାଇଥିଲେ ପ୍ରୀତିରଞ୍ଜନ । ଚଳିତ ନିର୍ବାଚନ ପାଇଁ ପୁଣିଥରେ ତାଙ୍କୁ ଭରସା କରି ବିଜେଡି ସେହି ଆସନରୁ ପ୍ରାର୍ଥୀ କରାଇଛି । ଅନ୍ୟପଟେ ବିଜେପି ମଧ୍ୟ ବିଭିନ୍ନ ମୁଦ୍ଧାକୁ ନେଇ ମଇଦାନକୁ ଓହ୍ଲାଇଛି । ବିଜେଡିର ଗଡ ସୁକିନ୍ଦା ଭେଦ କରିବାକୁ ବିଜେପି ନେତା ମାନେ ରଣନୀତି ପ୍ରସ୍ତୁତ କରୁଛନ୍ତି । ଖଣି ଖାଦାନ ଭରା ସୁକିନ୍ଦାରେ ରହିଛି ପୁଳା ପୁଳା ସମସ୍ୟା ଯାହାକୁ ମୁଦ୍ଧା କରି ଭାରତୀୟ ଜନତା ପାର୍ଟି ଲୋକଙ୍କ ପାଖରେ ପହଞ୍ଚୁଛି ଏବଂ ବିଜେଡିର ଗଡ ଭାଙ୍ଗିବାକୁ ଚେଷ୍ଟା କରୁଛି ସୁକିନ୍ଦାରେ ପରିବାରବାଦର ଶାସନକୁ ହଟାଇବାକୁ ବିଜେପି ଏଠାରେ ପ୍ରଦୀପ ବଳସାମନ୍ତଙ୍କୁ ପ୍ରାର୍ଥୀ କରାଇଛି । କିନ୍ତୁ ଘଡେଇ ପରିବାରର ଗଡକୁ ଭାଙ୍ଗିବା ହୁଏତ ଭାରତୀୟ ଜନତା ପାର୍ଟି ପାଇଁ ସହଜ ନ ହୋଇପାରେ । ବିଜେପି ପ୍ରାର୍ଥୀ ପ୍ରଦୀପ ବଳସାମନ୍ତ ସୁକିନ୍ଦା ବାସୀଙ୍କ ଗଦା ଗଦା ସମସ୍ୟାର ସମାଧାନ କରିବାର ପ୍ରତିଶ୍ରୁତି ଦେଇ ଲୋକମାନଙ୍କ ପାଖରେ ପହଞ୍ଚୁଛନ୍ତି ଏବଂ ନିଜର ସଙ୍ଗଠନକୁ ସୃଦୁଢ କରୁଛନ୍ତି । ତେବେ କାହା ଉପରେ ନିଜର ଆର୍ଶୀବାଦ ଢାଳିବେ ସୁକିନ୍ଦା ବାସୀ ତାହା ଉପରେ ସଭିଙ୍କ ନଜର ।

author

Related Articles

Leave a Reply

Your email address will not be published. Required fields are marked *