ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ବିଜେଡି ଛାଡିଲେ ଆଉ ଜଣେ ନେତା । ୫ ଦିନ ପୂର୍ବରୁ ନିମାପଡାର ପୂର୍ବତନ ବିଧାୟକ ତଥା ସମୀର ରଞ୍ଜନ ଦାସ ଦଳରୁ ଇସ୍ତଫା ଦେଇଥିଲେ । ଆଉ ଆଜି ସିମୁଳିଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହି ବିଜେଡିକୁ ବାଏ ବାଏ କହିଛନ୍ତିା ଏକ ଭିଡିଓ ବାର୍ତ୍ତାରେ ସେ ନିଜେ ଏହି ସୂଚନା ଦେଇଛନ୍ତି । ଏହା ସହ ଇସ୍ତଫା ପତ୍ର ଦଳର ସଭାପତିଙ୍କ ନିକଟକୁ ପଠାଇଥିବା କହିଛନ୍ତି । ଚଳିତ ନିର୍ବାଚନରେ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ପରିବର୍ତ୍ତେ ବିଜେଡି ସୁବାସିନୀ ସାହୁଙ୍କୁ ସିମୁଳିଆ ଆସନ ପାଇଁ ଟିକେଟ ଦେଇଛି। ଏହାକୁ ଖୋଦ ଜ୍ୟୋତିପ୍ରକାଶଙ୍କ ସମେତ ତାଙ୍କ ସମର୍ଥକମାନେ ସହଜେ ଗ୍ରହଣ କରି ପାରୁ ନ ଥିଲେ। ଫଳରେ ଗତ କିଛି ଦିନ ଧରି ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିବା ଜ୍ୟୋତିପ୍ରକାଶ ଆଜି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ଦେଇଛନ୍ତି।
You can share this post!
author