ଓଡିଶା ରାଜନୀତିର ହେଭିୱେଟ ହେଉଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ । ଭୁବନେଶ୍ୱରର ପୂର୍ବତନ ସାଂସଦ ସାଙ୍ଗକୁ ବିଜୁ ଜନତା ଦଳର ଜଣେ ପାୱାରଫୁଲ ନେତା ଥିଲେ । ହେଲେ ଏବେ ସେ ଦଳରୁ କୋଣଠେସା ହୋଇଯାଇଛନ୍ତି । ପ୍ରସନ୍ନଙ୍କୁ ନେଇ ହୁଲସ୍ତୁଲ ହେଉଥିଲା ରାଜ୍ୟ ରାଜନୀତି । କେଉଁଠାରୁ ପ୍ରାର୍ଥୀ ହେବେ ବାବା ପ୍ରସନ୍ନ ସେ ନେଇ ଦ୍ୱନ୍ଦ ବଢୁଥିଲା କିନ୍ତୁ ଶେଷରେ ବାବା ପାଟ୍ଟଶାଣୀଙ୍କୁ ଭଣ୍ଡେଇ ଛାଡିଦେଲା ବିଜୁ ଜନତା ଦଳ । ବୟସାଧିକ କାରଣ ଏବଂ ବାବା ପାଟ୍ଟଶାଣୀଙ୍କର ଭଲ ସଙ୍ଗଠନ ନଥିବା ଦର୍ଶାଇ ହୁଏତ ବିଜେଡି ସୁପ୍ରିମୋ ତାଙ୍କୁ ଟିକେଟ ଦେଲେନାହିଁ । ପ୍ରଥମେ ରାଜ୍ୟସଭା ଏହାପରେ ଲୋକସଭା ଏବଂ ବିଧାନସଭା କୌଣସି ବି ଟିକେଟ ମିଳିଲା ନାହିଁ । ତାଙ୍କୁ ନବୀନ ନିବାସ ଡକାଇ ମାନଭଞ୍ଜନ କରାଇବା ପାଇଁ ମଧ୍ୟ ଚେଷ୍ଟା କରାଗଲା । ଚିଲିକା ଆସନକୁ ନେଇ ବହୁ ଚର୍ଚ୍ଚା ହେଲା କି ବାବା ପ୍ରସନ୍ନ ଏହିଠାରୁ ନିର୍ବାଚନ ଲଢିବେ କିନ୍ତୁ ସେପରି କିଛି ବି ହେଲା ନାହିଁ । ଦଳରୁ ଏତେ ଧୋକା ଖାଇସାରିବା ପରେ ବାବା ଏବେ ସମ୍ପୂର୍ଣ୍ଣ ଚୁପ । ଭାବିଥିଲେ ନିଜର ରାଜନୈତିକ ଜୀବନରେ ଶେଷଥର ପାଇଁ ନିର୍ବାଚନ ଲଢିବେ ଏବଂ ମଇଦାନକୁ ଓହ୍ଲାଇ ଲୋକଙ୍କ ସେବା କରିବେ ହେଲେ ନା ଟିକେଟ ମିଳିଲା ନା ଷ୍ଟାର ପ୍ରଚାରକର ସ୍ଥାନ ମିଳିଲା । ବାବା ପାଟ୍ଟଶାଣୀଙ୍କୁ ଦଳ ଭଣ୍ଡେଇବା ପରେ ଚର୍ଚ୍ଚା ହେଉଥିଲା ଅପ୍ରସନ୍ନ ଥିବା ପ୍ରସନ୍ନ ବିଜେପି ପାଇଁ ସୁନା ମୁଣ୍ଡା ସାଜିଛନ୍ତି ଏବଂ ସେ ଖୁବଶୀଘ୍ର ବିଜେପିରେ ଯୋଗଦେବେ ହେଲେ ତାହା ହେଲା ନାହିଁ । ତେବେ ବିଜେଡି ଉପରେ ଖପ୍ପା ଥିବା ପ୍ରସନ୍ନ ଏବେ ରାଜନୀତିରେ ସକ୍ରିୟ ନାହାନ୍ତି ଏବଂ ସମ୍ପୂର୍ଣ୍ଣ ଚୁପ ରହିଛନ୍ତି । ତେବେ କେବେ ପୁଣି ରାଜନୀତି ମଇଦାନକୁ ଓହ୍ଲାଇବେ ପ୍ରସନ୍ନ ନା ନୀରବ ରହି ବିଜେଡିକୁ ହରେଇବା ପାଇଁ ପ୍ଲାନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।
You can share this post!
author