ନିର୍ବାଚନ ପାଇଁ ସଜାଗ ହେଉଛି ଭୁବନେଶ୍ୱର ପୋଲିସ…

ନିର୍ବାଚନ ପାଇଁ ସଜାଗ ହେଉଛି ଭୁବନେଶ୍ୱର ପୋଲିସ…

ରାଜ୍ୟରେ ଆଉ ଦୁଇ ଦିନ ପରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ତୃତୀୟ ପର୍ଯ୍ୟାୟ ମତଦାନରେ ଭୁବନେଶ୍ୱରରେ ଭୋଟ ଗ୍ରହଣ ହେବ । ତେଣୁ ରାଜଧାନୀରେ ନିର୍ବାଚନକୁ ନେଇ ପୋଲିସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁକ୍ତ, ଅବାଧ ନିର୍ବାଚନ ନେଇ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି କମିସନର ସଂଜୀବ ପଣ୍ଡା । ନିର୍ବାଚନ ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୧୨ କମ୍ପାନୀ ସିଏପିଏଫ୍ ଫୋର୍ସ । ରାଜଧାନୀରେ ୫ଟି ନିର୍ବାଚନ ମଣ୍ଡଳୀରେ ମୋଟ ୪୮୮ଟି ସ୍ଥାନରେ ୧୧୩୨ଟି ପୋଲିଂ ବୁଥ୍ ରହିଛି । ଜୟଦେବରେ ୧୬୯ଟି ସ୍ଥାନରେ ୨୩୬ଟି ମତଦାନ କେନ୍ଦ୍ର, ଭୁବନେଶ୍ୱର ମଧ୍ୟରେ ୫୦ଟି ସ୍ଥାନରେ ୨ଶହଟି ପୋଲିଂ ବୁଥ୍, ଭୁବନେଶ୍ୱର ଉତରର ୮୪ଟି ସ୍ଥାନରେ ୨୫୪ଟି ବୁଥ୍, ଏକାମ୍ରରେ ୭୪ଟି ସ୍ଥାନରେ ୨୩୭ଟି ବୁଥ୍ ଏବଂ ଜଟଣୀରେ ୧୧୧ଟି ସ୍ଥାନରେ ୨୦୫ଟି ପୋଲିଂ ବୁଥ୍ ରହିଛି ।

author

Related Articles

Leave a Reply

Your email address will not be published. Required fields are marked *