ସରିଲା ପ୍ରଚାର ଯୁଦ୍ଧ… ଆରମ୍ଭ ହେଲା ସାଇଲେଣ୍‌ଟ ପିରିୟଡ

ସରିଲା ପ୍ରଚାର ଯୁଦ୍ଧ… ଆରମ୍ଭ ହେଲା ସାଇଲେଣ୍‌ଟ ପିରିୟଡ

ଶନିବାର ରାଜ୍ୟରେ ପଡିବ ତୃତୀୟ ପର୍ଯ୍ୟାୟ ଭୋଟ୍ । ଏଥିପାଇଁ ଗୁରୁବାର ସନ୍ଧ୍ୟାରୁ ସରିଛି ପ୍ରଚାର । ଏପଟେ ଶୁକ୍ରବାର ସକାଳୁ ଆରମ୍ଭ ହୋଇଯାଇଛି ସାଇଲେଣ୍ଟ ପିରିୟଡ । ରାଜ୍ୟର ୬ ଲୋକସଭା ଓ ୪୨ଟି ବିଧାନସଭା ଆସନରେ ବଡ ବଡ ନେତାଙ୍କ ଭାଗ୍ୟ ସିଲ୍ ହେବାକୁ ଯାଉଛିା ସମ୍ବଲପୁର, ଭୁବନେଶ୍ୱର, କଟକ, କେନ୍ଦୁଝର, ଢେଙ୍କାନାଳ ଓ ପୁରୀ ଭଳି ହାଇପ୍ରୋଫାଇଲ ଆସନରେ ଭୋଟର ହେଭିୱେଟ ନେତାଙ୍କ ଭାଗ୍ୟ ସିଲ୍ କରିବାକୁ ଯାଉଛନ୍ତି । ଏହି ୬ଟି ସଂସଦୀୟ କ୍ଷେତ୍ରରେ ରାଜ୍ୟର ହାଇପ୍ରୋଫାଇଲ ନେତା ପ୍ରାର୍ଥୀ ହୋଇଥିବାରୁ ଏଠାରେ ସେମାନେ ସମ୍ମାନର ଲଢେଇ ହେବାକୁଯାଇଛି । ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ୪୪୮ ପ୍ରାର୍ଥୀ । କେବଳ ୬ଟି ଲୋକସଭା ପାଇଁ ମୈଦାନରେ ଅଛନ୍ତି ୬୪ ଜଣ ପ୍ରାର୍ଥୀ ଏବଂ ୪୨ଟି ବିଧାନସଭା ଆସନରେ ୩୮୩ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । କଟକରେ ବିଜେପିର ଭର୍ତ୍ତୃହରି ମହତାବଙ୍କ ସହ ବିଜେଡିର ସଂତୃପ୍ତ ମିଶ୍ର ଏବଂ କଂଗ୍ରେସର ସୁରେଶ ମହାପାତ୍ରଙ୍କ ମଧ୍ୟରେ ଲଢ଼େଇ ହେବ । ପୁରୀରେ ସମ୍ବିତ ପାତ୍ର ଓ ଅରୁପ ପଟ୍ଟନାୟକଙ୍କୁ କଡ଼ା ଟକ୍କର ଦେବେ ଜୟନାରାୟଣ ପଟ୍ଟନାୟକ। ଭୁବନେଶ୍ବରରେ ଅପରାଜିତା ଷଡ଼ଙ୍ଗୀ ବନାମ୍ ମନ୍ମଥ ରାଉତରାୟ ଓ ତାସହ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ୍ ଙ୍କ ମଧ୍ୟରେ କଡ଼ା ଲଢ଼େଇ ହେବ। ସେହିପରି ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବନାମ ବିଜେଡିର ପ୍ରଣବ ପ୍ରକାଶ ଦାସ ଏବଂ କଂଗ୍ରେସରୁ ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନଙ୍କ ଫାଇଟ୍ ହେବ। ତେବେ ଏହି ୬ଟି ମୁଖ୍ୟ ସଂସଦୀୟ କ୍ଷେତ୍ରରେ ମୋଟ ୯୪ ଲକ୍ଷ ୪୮ ହଜାରରୁ ଅଧିକ ଭୋଟର ଥିବାରୁ ଦେଖାଯାଉ କାହାକୁ ସେମାନେ ଆଶୀର୍ବାଦ କରୁଛନ୍ତି ଏବଂ କାହାକୁ ନିରାଶ ହେବାକୁ ପଡୁଛି ତାହା ଦେଖିବାକୁ ଜୁନ ୪ ତାରିଖକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *