ଆଜି ସାରା ଦେଶରେ ଆରମ୍ଭ ହୋଇଛି ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ । ଏହା ସହ ଓଡିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଜାରି ରହିଛି ଭୋଟିଂ । ସକାଳ ୭ଟାରୁ ଲାଇନରେ ଛିଡା ହୋଇ ଭୋଟ ଦେଉଛନ୍ତି ଭୋଟର । ଏପରିକି ରାଜ୍ୟର ବଡ ବଡ ନେତାମାନେ ମଧ୍ୟ ସକାଳୁ ଲାଇନରେ ଛିଡା ହୋଇ ଭୋଟ ଦେଇଛନ୍ତି । ତେବେ ସକାଳ ୯ଟା ସୁଦ୍ଧା ୭.୪୩% ମତଦାନ ହୋଇଥିବା ସୂଚନା ମିଳିଛି । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି ।