ନିୟମ ମାନିଲେ ଖୋଦ ନିର୍ବାଚନ ଅଧିକାରୀ..

ନିୟମ ମାନିଲେ ଖୋଦ ନିର୍ବାଚନ ଅଧିକାରୀ..

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନର ମତଦାନ ଜାରି ରହିଥିବା ବେଳେ ଅଧିକାଂଶ ପୋଲିଂ ବୁଥରେ ଅନିୟମିତତା ଦେଖାଦେଇଛି । କିଛି ଭୋଟର ବୁଥ ଭିତରକୁ ମୋବାଇଲ ଫୋନ ନେଇ ଯାଉଥିବାର ଦେଖିବାକୁ ମିଳିଥିଲା । ବୁଥ ଭିରତକୁ କେହି ମୋବାଇଲ ନେଇ ଯାଇପାରିବେ ନାହିଁ । ନା କୌଣସି ଅଧିକାରୀ ନା ଭୋଟର କେହି ବି ବୁଥ ଭିରତକୁ ମୋବାଇଲ ନେଇପାରିବେ ନାହିଁ ଏପରିକି ସ୍ୱିଚ୍ ଅଫ୍ ମଧ୍ୟ କରି ନେଇପାରିବେ ନାହିଁ ବରଂ ବୁଥ ଭିରତକୁ ବିନା ମୋବାଇଲରେ ଯିବାକୁ ଅପିଲ କରିଛନ୍ତି । ଏପରିକି ବୁଥ୍ ଭିରତକୁ ସ୍ମାର୍ଟ ୱାଚ୍ ପିନ୍ଧି ଯିବା ଉପରେ ମଧ୍ୟ କଟକଣା ଲାଗିଛି । ଖୋଜ୍ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ନିୟମକୁ ପାଳନ କରି ନିଜ ସ୍ମାର୍ଟ ୱାଚକୁ ଖୋଲି ବାହାରେ ରଖିବା ପରେ ବୁଥ୍ ଭିତରକୁ ଭୋଟ ପାଇଁ ଯାଇଥିବା ପ୍ରେସ ମିଟରେ କହିଥିଲେ । ପୂର୍ବରୁ ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲେ ବି ଏହାର ବ୍ୟତିକ୍ରମ ହେବାରୁ ପ୍ରେସମିଟ୍ କରି ଏନେଇ ପୁନର୍ବାର ସଚେତନ କରାଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ।

author

Related Articles

Leave a Reply

Your email address will not be published. Required fields are marked *