କାହାର ଖୋଲିବ ଭାଗ୍ୟ ?

କାହାର ଖୋଲିବ ଭାଗ୍ୟ ?

ନିର୍ବାଚନ ବିଗୁଲ ବାଜିବା ଦିନ ଠାରୁ ଏଥର ଭୁବନେଶ୍ୱର ସଂସଦୀୟ କ୍ଷେତ୍ର କାହା ହାତକୁ ଯିବ ସେନେଇ ଆଲୋଚନା ଚାଲିଥିଲା । ଦୀର୍ଘ ବର୍ଷ ଧରି ଏହି ଆସନରେ ବିଜେଡିର ଶାସନ ଚାଲିଥିବା ବେଳେ ୨୦୧୯ ନିର୍ବାଚନରେ ବିଜେଡିକୁ ଗାଦିଚ୍ୟୁତ କରି ବିଜେପି ଶାସନ ଗାଦିରେ ବସିଥିଲା । କିନ୍ତୁ ଚଳିତ ଥର କିଏ ସରକାରକୁ ଆସିବ , କାହାକୁ ଜନତା ନିଜ ନେତା ଭାବରେ ବାଛିବେ ସେନେଇ ସମସ୍ତଙ୍କ ମନରେ ଦ୍ୱନ୍ଦ୍ୱ । କାରଣ ଚଳିତ ଥର ଏହି ଆସନ ପାଇଁ ୩ ଦଳରୁ ପ୍ରାର୍ଥୀ ହୋଇଥିବା ନେତା ସାଧାରଣରେ ପରିଚିତ । ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଜଣେ ପୋଖତ ରାଜନୀତିଜ୍ଞ ହୋଇଥିବା ବେଳେ ବିଜେଡି ଏବଂ କଂଗ୍ରେସରୁ ଦୁଇ ଯୁବ ଚେହେରା ପ୍ରାର୍ଥୀ ହୋଇଛନ୍ତି । ୩ ଜଣ ପ୍ରାର୍ଥୀଙ୍କର ଜନ ସମର୍ଥନ ରହିଥିବା ବେଳେ ଏଥର କିଏ ଏହି ଆସନ ଅକ୍ତିଆର କରିବ ସେନେଇ କନଫ୍ୟୁଜନ ସୃଷ୍ଟି ହୋଇଛି । ତେବେ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଗତ ନିର୍ବାଚନରେ ଏହି ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଆଉ ଏଥର ମଧ୍ୟ ସେ ଏଠାରୁ ପ୍ରାର୍ଥୀ ହୋଇଛନ୍ତି । କିନ୍ତୁ ଗତ କିଛି ଦିନ ଧରି ସେ ବିଭିନ୍ନ ସ୍ଥାନରେ ବିରୋଧର ଶିକାର ହେଉଥିବାରୁ ଏହା ତାଙ୍କ ଭୋଟ ବ୍ୟାଙ୍କରେ ପ୍ରଭାବ ପକାଇପାରେ ବୋଲି ସେନେଇ ଆଶଙ୍କା ବଢିଛି । ଅନ୍ୟପଟେ ବିଜେଜି ପ୍ରାର୍ଥୀ ମନ୍ମଥ ରାଉତରାୟ ରାଜନୀତିରେ ନୂଆ । ରାଜ୍ୟର ଭେଟେରାନ ନେତା ସୁର ରାଉତରାୟଙ୍କ ପୁଅ ହୋଇଥିବାରୁ ବାପାଙ୍କ ଭୋଟବ୍ୟାଙ୍କ ତାଙ୍କ ପାଖକୁ ଯାଇପାରେ ବୋଲି ସେଥିରେ ସନ୍ଦେହ ନାହିଁ । କିନ୍ତୁ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ପାଇଁ ମନ୍ମଥଙ୍କ ଭୋଟ ହାରରେ ପରିବର୍ତ୍ତନ ଆସିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି । ଅନ୍ୟପଟେ ରାଜ୍ୟରେ ଏଥର କଂଗ୍ରେସ ନିଜ ଫର୍ମକୁ ଫେରିବା ପାଇଁ ଅଣ୍ଟା ଭିଡିଥିବା ବେଳେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରକୁ ନିଜ ଅଧିନକୁ ଆଣିବା ପାଇଁ ଚଳିତ ଥର ଜଣେ ଯୁବ ନେତା ୟାସିର ନୱାଜଙ୍କୁ ଦଳ ପ୍ରାର୍ଥୀ କରିଛି । ତେବେ ଏହି ୩ ପ୍ରାର୍ଥୀଙ୍କ ଭାଗ୍ୟ ଆଜି ଇଭିଏମ ମେସିନରେ ସିଲ୍ ହୋଇଥିବା ବେଳେ ଦେଖାଯାଉ ଏହି ଭାଗ୍ୟ ପରୀକ୍ଷାରେ କିଏ ସଫଳ ହେଉଛି ଏବଂ କାହା ଭାଗ୍ୟ ଖୋଲୁଛି ତାହା ଦେଖିବାକୁ ଜୁନ୍ ୪କୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *