ପ୍ରଶାନ୍ତଙ୍କ ବିରୁଦ୍ଧରେ କିଏ କରୁଛି ଷଡଯନ୍ତ୍ର ?

ପ୍ରଶାନ୍ତଙ୍କ ବିରୁଦ୍ଧରେ କିଏ କରୁଛି ଷଡଯନ୍ତ୍ର ?

ବାହୁବଳୀ ନେତା ପ୍ରଶାନ୍ତ ଜଗଦ୍ଦେବଙ୍କୁ ନେଇ ହୁଲସ୍ତୁଲ ରାଜ୍ୟ ରାଜନୀତି । ଇଭିଏମ ଭଙ୍ଗାରୁଜା କଲେ ଜେଲ ଗଲେ । ହେଲେ ଏହା ପଛରେ କାହାର ରହିଛି ହାତ । କିଏ ପ୍ରଶାନ୍ତଙ୍କୁ ଦେଉଛି ସାହାସ ଯେଉଁଥିପାଇଁ ସେ ଆଜି ଏପରି କାଣ୍ଡ ଘଟାଇବା ପାଇଁ ସାହାସ କରୁଛନ୍ତି । କାହା ବଳରେ ବଳୀୟାନ ହେଉଛନ୍ତି ବାହୁବଳୀ ନେତା ପ୍ରଶାନ୍ତ ଜଗଦ୍ଦେବ । ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଚର୍ଚ୍ଚା ହେଉଛି । ଗୁଣ୍ଡାଗର୍ଦ୍ଦି ପ୍ରଶାନ୍ତଙ୍କ ପାଇଁ କିଛି ନୂଆ କଥା ନ ହୋଇଥିଲେ ମଧ୍ୟ ନିର୍ବାଚନ ଦିନ ପୋଲିଂ ବୁଥରେ ଏପରି କରିବା ଯାହା ସାଧାରଣରେ ଆଲୋଡନ ସୃଷ୍ଟି କରୁଛି । ଗୁଣ୍ଡାଗର୍ଦ୍ଦି ନୀତି ପାଇଁ ସେ ବିଜେଡିରୁ ବହିଷ୍କୃତ ହୋଇଥିଲେ ଏହାପରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ଯାହାକୁ ନେଇ ବିଜେଡି ଭାରତୀୟ ଜନତା ପାର୍ଟିକୁ କଟାକ୍ଷା କରୁଛି । ପୋଲିସ ଯେତେବେଳେ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫ କଲା ସେତେବଳେ ସେ ସାଂସଦ ମ୍ୟାଡାମଙ୍କ ଗାଡିରେ ଥିଲେ ଯାହାକୁ ନେଇ ବିଜୁ ଜନତା ଦଳ ଅଭିଯୋଗ କରିଛି ଯେ ମ୍ୟାଡାମ ଅପରାଜିତା ପ୍ରଶାନ୍ତଙ୍କୁ ଫେରାର କରିବା ପାଇଁ ଚେଷ୍ଟା କରୁଥିଲେ । ଏବଂ କେନ୍ଦ୍ରର ବଡ ବଡ ନେତୃତ୍ୱଙ୍କ ସହାୟତାରେ ପ୍ରଶାନ୍ତ ଜଗଦ୍ଦେବ ଏପରି କରୁଛନ୍ତି ।  ଅନ୍ୟପଟେ ବିଜେପି ନେତାମାନେ ଏହାକୁ ଷଡଯନ୍ତ୍ର କହି ଅଭିଯୋଗ ଆଣିଛନ୍ତି । ତେବେ ଘଟଣାର ପ୍ରକୃତ ସତ କଣ ତାହା କେବେ ସାମ୍ନାକୁ ଆସିବ ଏବଂ ବାହୁବଳୀ ନେତାଙ୍କୁ ଜେଲ ପଠାଇବା ପଛରେ ପ୍ରକୃତରେ କିଏ ଷଡଯନ୍ତ୍ର କରିଛି ତାହା କେବେ ସ୍ପଷ୍ଟ ହେବ ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *