ପ୍ରଶାନ୍ତଙ୍କୁ ଗିରଫ ବର୍ଷିଲେ ଅପରାଜିତା..

ପ୍ରଶାନ୍ତଙ୍କୁ ଗିରଫ ବର୍ଷିଲେ ଅପରାଜିତା..

ବାହୁହଳୀ ନେତା ପ୍ରଶାନ୍ତ ଜଗଦ୍ଦେବଙ୍କୁ ନେଇ ବଢୁଛି ଅଡୁଆ । ଇଭିଏମ ଭଙ୍ଗାରୁଜା କରି ଜେଲ ଗଲେ ଏହାପରେ ହୁଲସ୍ତୁଲ ହେଉଛି ରାଜ୍ୟ ରାଜନୀତି । ତାଙ୍କ ଗିରଫଦାରୀ ପ୍ରସଙ୍ଗକୁ ନେଇ ପ୍ରେସମିଟ କରି ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ସିଧା ସିଧା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହିତ କେଉଁ ପରିସ୍ଥିତିରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଅପରାଜିତା କହିଛନ୍ତି, ଯେଉଁ ବୁଥରେ ଇଭିଏମ୍ ଭଙ୍ଗା ହେଇଥିଲା, ସେହି ସ୍ଥାନକୁ ସେ ସାଙ୍ଗେ ସାଙ୍ଗେ ପହଞ୍ଚିଥିଲେ । ହେଲେ ସେଠାରେ ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିଥିବା ନେଇ କେହି ବି ଲୋକ ଅଭିଯୋଗ କରିନଥିଲେ ଅନ୍ୟପଟେ ଅପରାଜିତା ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଶାନ୍ତ ଜଗଦ୍ଦେବ ବାବୁଙ୍କ ଲୋକପ୍ରିୟତାକୁ ସରକାର ଡରିଗଲେ କି? ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଛି । ପ୍ରଶାନ୍ତ ଜଗଦ୍ଦେବ ଇଭିଏମ ଭଙ୍ଗାରୁଜା କରିଛନ୍ତି ବୋଲି କୌଣସି ପ୍ରମାଣ ନାହିଁ ।

author

Related Articles

Leave a Reply

Your email address will not be published. Required fields are marked *