ଘଷିପୁରା ସମୀକରଣ ବଦଳାଇବେ ସୌମ୍ୟ !

ଘଷିପୁରା ସମୀକରଣ ବଦଳାଇବେ ସୌମ୍ୟ !

ରାଜ୍ୟରେ ତିନୋଟି ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଆଉ ମାତ୍ର ଗୋଟିଏ ପର୍ଯ୍ୟାୟ ନିର୍ବାଚନ ବାକି ରହିଛି । ରାଜ୍ୟ ରାଜନୀତିରେ ରୋଚକ ମୋଡକୁ ଗତି କରୁଥିବା ଘଷିପୁରାରେ ଏଥର ହାଇଭୋଲଟେଜ ଲଢେଇ ହୋଇଛି । ବିଜେଡି ନେତା ବଦ୍ରି ନାରାୟଣ ପାତ୍ରଙ୍କୁ ଟକ୍କର ଦେଇଥିଲେ ହେଭିୱେଟ ତଥା ପାୱାରଫୁଲ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ । କୌଣସି ଦଳକୁ ନ ଯାଇ ଘଷିପୁରାରେ ସ୍ୱାଧୀନ ପ୍ରାର୍ଥୀ ହୋଇ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ । ତୃତୀୟ ପର୍ଯ୍ୟାୟ ମତଦାନରେ ଘଷିପୁରାରେ ଭୋଟ ପଡିସାରିଛି । ନିର୍ବାଚନ ପୂର୍ବରୁ ଅଶାନ୍ତ ହୋଇପଡିଥିଲା ଘଷିପୁରା । କେତେବେଳେ ସୌମ୍ୟରଞ୍ଜନଙ୍କ ସମର୍ଥକ ଓ ବଦ୍ରିଙ୍କ ସମର୍ଥକ ମୁହାଁମୁହିଁ ହେଉଥିଲେ ତ ଆଉ କେତେବେଳେ ଥାନା ଆଗରେ ଧାରଣାରେ ବସୁଥିଲେ ସୌମ୍ୟ ପଟ୍ଟନାୟକ । ଘଷିପୁରାରେ ମତଦାନ ସରିଯାଇଥିବା ବେଳେ କାହାର ହେବ ଘଷିପୁରା ବଦ୍ରି ନା ସୌମ୍ୟ କାହା ଉପରେ ଭରସା କରିଛନ୍ତି ଘଷିପୁରା ବାସି ସେ ନେଇ ଦ୍ୱନ୍ଦ ଲାଗିରହିଛି । ଯଦିଓ ଘଷିପୁରା ବିଜେଡିର ଗଡ ହୋଇ ରହିଆସିଛି ସେହି ଗଡକୁ ଭାଙ୍ଗିବା ପାଇଁ ସୌମ୍ୟ ପଟ୍ଟନାୟକ ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ । ତେବେ ରାଜ୍ୟରେ ଅନେକ ବିଧାନସଭା ଆସନ ବିଜେଡିର ଗଡ ହୋଇରହିଥିବା ବେଳେ ଏଥର ଘଷିପୁରାରେ ବିଜେଡିର ଗଡ ଭାଙ୍ଗିବାର ଚାନସ ରହିଛି । ସେଇଥିପାଇଁ ତ ବଦ୍ରି ବାବୁ ଛାନିଆ ହୋଇ ସୌମ୍ୟଙ୍କୁ ହରାଇବା ପାଇଁ ଗୋଟିଏ ପରେ ଗୋଟିଏ ରଣନୀତି ପ୍ରସ୍ତୁତ କରୁଥିଲେ । କିନ୍ତୁ ଘଷିପୁରାରେ ଶାନ୍ତ ଭାବରେ ମତଦାନ ଶେଷ ହେବା ପରେ ଏହି ଆସନରେ କଣ ହେବ ବଦ୍ରିଙ୍କ ଭାଗ୍ୟ । କାହା ମୁଣ୍ଡରେ ସୁନା କଳସ ଢାଳିବେ ଘଷିପୁରା ବାସୀ ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *