ମହାକାଳପଡାରେ ଫୁଟିବ କି ପଦ୍ମ ?

ମହାକାଳପଡାରେ ଫୁଟିବ କି ପଦ୍ମ ?

ରାଜ୍ୟରେ ଗୋଟିଏ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ହେଉଛି କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ନିର୍ବାଚନ ମଣ୍ଡଳୀ । ଏଥର ମହାକାଳପଡାରେ ମହାମୁକାବିଲା ହେବାକୁ ଯାଉଛି । ଅନ୍ତିମ ପର୍ଯ୍ୟାୟ ତଥା ଆସନ୍ତା 1 ତାରିଖରେ ମହାକାଳପଡାରେ ଭୋଟ ପଡିବ ।  ଏହି ନିର୍ବାଚନ ମଣ୍ଡଳୀ ଗଠିତ ହେବା ଦିନ ଠାରୁ ଏହା ବିଜେଡି ଅକ୍ତିଆରରେ ରହିଛି । ଲଗାତାର ଭାବେ ମହାକାଳପଡାରୁ ହ୍ୟାଟ୍ରିକ କରିଆସୁଛନ୍ତି ବିଜେଡି ହେଭିୱେଟ ଅତନୁ ସବ୍ୟସାଚୀ ନାୟକ । ଚଳିତ ଥର ନିର୍ବାଚନରେ ପୁଣିଥରେ ମଧ୍ୟ ସୁପ୍ରିମୋ ତାଙ୍କ ଉପରେ ଭରସା କରି ତାଙ୍କୁ ଏହି ଆସନରୁ ପ୍ରାର୍ଥୀ କରାଇଛନ୍ତି ଏବଂ ପୁଣିଥରେ ବିଜୟ ଲକ୍ଷ୍ୟ ନେଇ ନିଜର ପ୍ରଚାର ମଇଦାନରେ ବିଜେଡି ହେଭିୱେଟ ଅତନୁ ସବ୍ୟସାଚୀ ନାୟକ । ବିଜେଡିର ଏହି ଗଡକୁ ଭେଦ କରି ପଦ୍ମ ଫୁଟାଇବା ଲକ୍ଷ୍ୟରେ ଭାରତୀୟ ଜନତା ପାର୍ଟି । ବିଜେପି ଏଠାରୁ ଦୁର୍ଗା ପ୍ରସନ୍ନ ନାୟକଙ୍କୁ ପ୍ରାର୍ଥୀ କରାଇଛି । ବିଜେଡି ଗଡକୁ ଭେଦ କରି ଏଠାରେ ପଦ୍ମ ଫୁଟାଇବା ପାଇଁ ଦୁର୍ଗା ପ୍ରସନ୍ନ ଲୋକମାନଙ୍କ ପାଖରେ ପହଞ୍ଚୁଛନ୍ତି । ଅନ୍ୟପଟେ ବିଜେଡି ନେତା ଅତନୁ ନାୟକ ନିଜେ କରିଥିବା ବିକାଶର ରିପୋର୍ଟ କାର୍ଡ ଧରି ଡୋର ଟୁ ଡୋର କ୍ୟାମ୍ପେନିଂ କରୁଛନ୍ତି । ବିଜେଡିର ଗଡ ଥିବା ମହାକାଳପଡାରେ ପଦ୍ମ ଫୁଟାଇବା ଭାରତୀୟ ଜନତା ପାର୍ଟି ପାଇଁ ସହଜ ନେହେଲେ ମଧ୍ୟ ବିଭିନ୍ନ ମୁଦ୍ଧାକୁ ଏକାଟି କରି ରଣନୀତି ପ୍ରସ୍ତୁତ କରୁଛି ଭାରତୀୟ ଜନତା ପାର୍ଟି । ତେବେ ଚଳିତ ନିର୍ବାଚନରେ ଅତନୁଙ୍କୁ ହରାଇ ତାଙ୍କ ଗଡରେ ପଦ୍ମ ଫୁଟାଇ ପାରୁଛନ୍ତି କି ନାହିଁ ଦୁର୍ଗା ପ୍ରସନ୍ନ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *