ଗୁଜବକୁ ହସରେ ଉଡାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଗୁଜବକୁ ହସରେ ଉଡାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କଲେ ନବୀନ ପଟ୍ଟନାୟକ । ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିବା କଥାକୁ ହସରେ ଉଡାଇଲେ ବିଜେଡି ସୁପ୍ରିମୋ । କହିଲେ, ଏତେ ଖରାରେ ମୁଁ ଏତେ ଖରାରେ ମୁଁ ରାଜ୍ୟ ସାରା ବୁଲି ବୁଲି ପ୍ରଚାର କରୁଛି, ଯଦି ମୋ ଦେହ ଖରାପ ଥାନ୍ତା ତେବେ ମୁଁ ପ୍ରଚାର କେମିତି କରନ୍ତି? ଆପଣଙ୍କର ମୋ ସ୍ୱାସ୍ଥ୍ୟାବସ୍ଥା ନେଇ ଯଦି ଏତେ ଚିନ୍ତା ତେବେ ମୋତେ ଥରେ ଫୋନ କରିପାରିଥାନ୍ତେ । ଅଯଥା ଗୁଜବକୁ ବିଶ୍ୱାସ କରି ମୋ ସ୍ୱାସ୍ଥ୍ୟାବସ୍ଥା ପାଇଁ ଟିମ୍ ଗଠନ କରିବାକୁ ଜନସଭାରେ କହିନଥାନ୍ତେ । ଆପଣଙ୍କୁ ମୋ ସ୍ୱାସ୍ଥ୍ୟ ଚିନ୍ତା ନୁହେଁ ବରଂ ଭୋଟ୍ ଚିନ୍ତା । ମୋ ସ୍ୱାସ୍ଥ୍ୟକୁ ନେଇ ଗୁଜବ ପ୍ରଚାର କରାଯାଉଛି, ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ଯେଉଁମାନେ ଗୁଜବ କରୁଛନ୍ତି ସେମାନଙ୍କ ପାଇଁ ଟିମ୍ ଗଠନ କରି ଯାଞ୍ଚ କରନ୍ତୁ ବୋଲି କହିଛନ୍ତି ନବୀନ । ଲୋକମାନେ ମୋ କଥା ଶୁଣିବାକୁ ଜନସଭାକୁ ଆସୁଛନ୍ତି, ମୋ ସ୍ୱାସ୍ଥ୍ୟାବସ୍ଥା କଥା ନୁହେଁ ।

author

Related Articles

Leave a Reply

Your email address will not be published. Required fields are marked *