ତାଣ୍ଡବ ରଚିବ କାଳବେଶାଖୀ । ମୌସୁମୀ ବାୟୁ ଆଜି କେରଳ ଛୁଇଁବ ଏବଂ ରାଜ୍ୟରେ ପ୍ରବଳ ବର୍ଷା ଛେଛିବ । ରାଜ୍ୟରେ ତାତି କଲବଲ କରୁଥିବା ବେଳେ ପୁଣିଥରେ ଏଥିରୁ ଆଶ୍ୱସ୍ତି ମିଳିଛି । ଧୀରେ ଧୀରେ ପାଗ ପରିବର୍ତ୍ତନ ହେବା ସାଙ୍ଗକୁ ବର୍ଷାର ପ୍ରଭାବ ଦେଖାଗଲାଣି । ସକାଳ 6ଟାରୁ ଯେଉଁଠାରେ ଟାଇଁ ଟାଇଁ ଖରା ଦେଖାଯାଉଥାଏ ସେଠାରେ ସକାଳୁ ସକାଳୁ ଭୁବନେଶ୍ୱରରେ ପାଗ ମେଘୁଆ ହୋଇଛି । ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ହୋଇଛି । ଯାହା କି ବର୍ଷା ଆସିବାର ସଙ୍କେତ ଦେଉଛି । ଓଡିଶାରେ ମାଡି ଆସୁଛି ଏକ ବଡ ବର୍ଷା ତୁହା କୁ ତୁହା ବର୍ଷା କାଚିବ ଏବଂ ପ୍ରବଳ ବର୍ଷାରେ ଉବୁଡୁବୁ ହେବ ଓଡିଶା । ସେପଟେ ତତଲା କଡେଇରେ ରାଜ୍ୟ ସିଝୁଥିବା ବେଳେ ତାପମାତ୍ରା 40 ଡିଗ୍ରୀ ପାର କରୁଛି । ରାଜ୍ୟରେ କିଛି ସ୍ଥାନରେ ନିର୍ବାଚନର ମାହୋଲ ଜମୁଥିବା ବେଳେ ଏହି ସବୁ ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି । ହଁ ଦର୍ଶକବନ୍ଧୁ ମୌସୁମୀ ବାୟୁ ନିର୍ଦ୍ଦାରଣ ସମୟଠାରୁ ଖୁବଶୀଘ୍ର କେରଳ ଛୁଇଁବାକୁ ଯାଉଛି । ଯାହା ଫଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ତା ସାଙ୍ଗକୁ ଓଡ଼ିଶା ଉପକୂଳରେ ୪୦ରୁ ୫୦କିଲୋମିଟର ବେଗରେ ପବନ ବହିବ । ରାଜ୍ୟରେ ଆସନ୍ତା 1 ତାରିଖରେ ଶେଷ ପର୍ଯ୍ୟାୟ ଭୋଟ ପଡିବାକୁ ଯାଉଥିବା ବେଳେ ଏହି ସମୟରେ ଅତ୍ୟନ୍ତ ବର୍ଷା ହୋଇପାରେ ବୋଲି ଆକଳନ କରାଯାଉଛି । ତେବେ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ମେ 31 ତାରିଖରେ ମୌସୁମୀ କେରଳ ଛୁଇଁଥାନ୍ତା କିନ୍ତୁ ଏହି ମୌସୁମୀ ଜଲଦି କେରଳ ଛୁଇଁବାରୁ ରାଜ୍ୟରେ ପ୍ରବଳ ବର୍ଷା କାଚିବ।
You can share this post!
author
Related Articles
ଚିନ୍ତାରେ ବିଜେପି,ନବୀନଙ୍କ କଥାରେ ହଁ ମାରିବେ ରାହୁଲ
- September 28, 2024
ମୁହଁ ଖୋଲିଲେ ବଦ୍ରି …ନବୀନଙ୍କୁ କହିଦେଲେ ବଡ କଥା !
- September 28, 2024
ପୁଣି ବଦଳିଲା ବିଜେଡିର ରଣନୀତି
- September 28, 2024