ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ କଟାକ୍ଷ..

ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ କଟାକ୍ଷ..

ପୁରୀରେ ମହାପ୍ରଭୁଙ୍କ ଭଉଁରୀ ଯାତ୍ରା ସମୟରେ ବାଣ ବିସ୍ଫୋରଣ ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି ବିଗତ କିଛି ଦିନ ଧରି ଆମେ ସ୍ୱାସ୍ଥ୍ୟ ଅବସ୍ଥା କଥା ପଚାରିଥିଲୁ । କିନ୍ତୁ ଯେଉଁ ସନ୍ଦେହ ଆମେ କରୁଥିଲୁ ତାହା କାରଣ ଥିଲା ଏ ପ୍ରଚାର କରୁଥିବା ସରକାର ଡିଡିମ ପିଟୁଥିବା ସରକାର ମିଛ କହୁଥିବା ସରକାର , ସମ୍ବେଦହୀନ ସରକାର ଏହାର ନଗ୍ନ ଚେହେରା ସମସ୍ତଙ୍କ ସାମ୍ନାକୁ ଆସିଛି । ଗୋଟିଏ ବାଣ ପୋଡି ଘଟଣାରେ ଯେତେବେଳେ ରୋଗୀମାନେ ପହଂଚିଲେ ସେତେବେଳେ ସେମାନେ ଉପଯୁକ୍ତ ଚିକିତ୍ସା ପାଇଲେ ନାହିଁ । ପରିକ୍ରମା ପ୍ରକଳ୍ପ ନାମରେ କେଉଁକାମ କରିଥିଲେ ସରକାର ଏମାନେ କେବଳ ତାମିଲି କଣ୍ଟ୍ରାଟରକୁ ଠିକା ଦେଇ ପୋଷାଯାଇଛି । କିନ୍ତୁ ଏହାପରେ ବି ସେମାନେ ରତ୍ନଭଣ୍ଡାର ଚାବି କୁଆଡେ ଗଲା ପଚାରିଲେ ବଡ କଷ୍ଟ ହେଉଛି । ଏଭଳି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

author

Related Articles

Leave a Reply

Your email address will not be published. Required fields are marked *