ନିମାପଡାରେ ଏଥର କାଣ୍ଟେ କି ଟକ୍କର

ନିମାପଡାରେ ଏଥର କାଣ୍ଟେ କି ଟକ୍କର

ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟରେ ପଡିବ ଭୋଟ । ୬ଟି ଲୋକସଭା ଏବଂ ୪୨ଟି ବିଧାନସଭା ଆସନ ମଧ୍ୟରୁ ନିମାପଡା ବିଧାନସଭା ଆସନ ଉପରେ ରହିଛି ସମସ୍ତଙ୍କ ନଜର । କାହିଁକି ନା ଚଳିତ ଥର ଏଠାରେ କାହା ପଲା ଭାରି ରହିବ କିଏ ସରକାର ଗଢିବ ସେନେଇ କିଛି ବି ଆକଳନ କରିହେଉନି । ଚଳିତ ଥର ଏଠାରେ ଚର୍ତୁମୁଖୀ ଲଢେଇ ହେଉଥିବା ବେଳେ ମଇଦାନରେ ସମସ୍ତ ପ୍ରାର୍ଥୀଙ୍କ ନିଜସ୍ୱ ଭୋଟବ୍ୟାଙ୍କ ରହିଛି । ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ଯେ, ଏଥର ନିମାପଡାରେ ସମସ୍ତ ପ୍ରାର୍ଥୀଙ୍କ ମଧ୍ୟରେ କାଣ୍ଟେକି ଟକ୍କର ହେବାକୁ ଯାଉଛି । ଆଉ ସବୁଠୁ ବଡ ଟୁଇଷ୍ଟ ହେଉଛି ୩ ଦଶନ୍ଧି ଧରି ଏଠାରେ ବିଜେଡିରୁ ଶାସନ ଚଳାଇଥିବା ଭେଟେରାନ ନେତା ସମୀର ଦାସ ଏବେ ବିଜେପି ଦଳରେ । ଟିକେଟ କଟିବାର ପ୍ରତିଶୋଧ ନେବାକୁ ଏବେ ସେ ବିଜେପି ପାଇଁ ରାସ୍ତା ସଫା କରୁଛନ୍ତି । କିନ୍ତୁ ସମୀରଙ୍କ ପାଇଁ ମଧ୍ୟ ଏଥର ବିଜୟ ସହଜ ହେବନି । କାହିଁକି ନା ସମୀରଙ୍କ ଭଳି ଆଉ ଜଣେ ବିଜେଡି ଟିକେଟ ଆଶାୟୀ ରହିଥିବା ରୋଜାଲିନ ମହାନ୍ତି ମଧ୍ୟ ନିମାପଡାରୁ ସ୍ୱାଧୀନ ପ୍ରାର୍ଥୀ ହୋଇ ମଇଦାନକୁ ଓହ୍ଲାଇଛନ୍ତି । ସମୀରଙ୍କ ଭଳି ତାଙ୍କୁ ମଧ୍ୟ ଟିକେଟ ନମିଳିବାରୁ ସେ ନିମାପଡାରୁ ସ୍ୱାଧୀନ ପ୍ରାର୍ଥୀ ହୋଇ ଲଢୁଛନ୍ତି । ନିମାପଡାରେ ରୋଜାଲିନଙ୍କ ନିଜସ୍ୱ ଭୋଟବ୍ୟାଙ୍କ ରହିଥିବା ବେଳେ ଏହା ତାଙ୍କୁ ଜିତାଇପାରେ ବୋଲି ଆଶଙ୍କା ରହିଛି । ସେପଟେ କଂଗ୍ରେସରୁ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏବଂ ବିଜେଡିରୁ ଦିଲ୍ଲୀପ ନାୟକଙ୍କୁ ବିଜେଡି ସୁପ୍ରିମୋ ଭରସା କରିଛନ୍ତି । ଏପରିକି ତାଙ୍କୁ ବିପୁଳ ଭୋଟରେ ଜିତାଇବା ପାଇଁ ଖୋଦ ମୁଖ୍ୟମନ୍ତ୍ରୀ ପ୍ରଚାର ମଧ୍ୟ କରିଛନ୍ତି । କିନ୍ତୁ ୪ ପ୍ରାର୍ଥୀଙ୍କୁ ନିମାପଡାରେ ବିପୁଳ ସମର୍ଥନ ମିଳୁଥିବାରୁ ଚଳିତ ଥର କିଏ ନିମାପଡା ଆସନରେ ଶାସନ କରିବ ଏବଂ କାହାକୁ ନିମାପଡାବାସୀ ଭରସା କରିବେ ତାକୁ ନେଇ ସବୁଠି ଆଲୋଚନା । ତେବେ ଆସନ୍ତାକାଲି ଏଠାରେ ଭୋଟ ପଡୁଥିବାରୁ ଦେଖାଯାଉ ବିଜେଡିର ଏ ଗଡ ସୁରକ୍ଷିତ ରହୁଛି ନା ବିରୋଧୀ ଏହାକୁ ଭେଦ କରୁଛନ୍ତି ତାହା ଦେଖିବାକୁ ଜୁନ ୪ କୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *