ବିଜେଡିର ଚକ୍ରବ୍ୟୁହ ଭାଙ୍ଗିବେ ଅଭିମନ୍ୟୁ !

ବିଜେଡିର ଚକ୍ରବ୍ୟୁହ ଭାଙ୍ଗିବେ ଅଭିମନ୍ୟୁ !

ସରିଗଲା ଭୋଟିଂ । ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ । ୨ ମାସ ପୂର୍ବରୁ ଆରମ୍ଭ ହୋଇଥିବା ନିର୍ବାଚନୀ ଋତୁ ଏବେ ଶେଷ ହେବାକୁ ବସିଲାଣି । ଆଉ ମାତ୍ର ଦିନକ ପରେ ଜଣାପଡିବ କାହା ହାତକୁ ଯିବ ଓଡିଶାର ଚାବିକାଠି । କିନ୍ତୁ ଭୋଟିଂ ପରେ ପରେ ଆରମ୍ଭ ହୋଇଥିବା ଏକଜିଟ୍ ପୋଲ ଅନୁସାରେ ଏଥର ବାଜି ଓଲଟିଯିବାର ସମ୍ଭାବନା ଅଧିକ ରହିଛି । ଆଉ ଏହାରି ମଧ୍ୟରେ ଚର୍ଚ୍ଚାକୁ ଆସିଛି ଭଦ୍ରକ ଲୋକସଭା ଆସନ । ଏଥର ଏହି ଆସନ କାହା ହାତକୁ ଯିବ ବିଜେଡି ନା ବିଜେପି କିଏ ଚଳାଇବ ଶାସନ । ଏ ପ୍ରଶ୍ନ ନିର୍ବାଚନୀ ଋତୁ ଆରମ୍ଭ ହେବା ଦିନଠାରୁ ଚର୍ଚ୍ଚାରେ ରହିଥିଲା । କାହିଁକି ନା ୧୯୯୮ ମସିହାରେ ଏଠାରେ ବିଜେଡିର ବିଜୟ ରଥ ଗଡିଆସୁଛିା କିନ୍ତୁ ଚଳିତ ଥର ଏହି ଗଡ ଭାଙ୍ଗିବାର ସମ୍ଭାବନା ଅଧିକ ରହିଥିବା ଆଶଙ୍କା ଏବେ ବଢିବଢି ଗଲାଣି । କାହିଁକି ନା ଇଭିଏମ ମେସିନରେ ବିଜେଡି ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ ଏବଂ ବିଜେପି ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କ ଭାଗ୍ୟ ସିଲ୍ ହୋଇଛି ସତ , କିନ୍ତୁ ଫଳାଫଳ କଣ ହେବ ସେନେଇ ଦ୍ୱନ୍ଦ୍ୱ ବଢିଛି । ସବୁଥର ଭଳି ବିଜେଡି ଚଳିତ ଥର ବି ଏ ଆସନ ଅକ୍ତିଆର କରିବାରେ ଏତେଟା ସହଜ ନୁହେଁ । କାହିଁକି ନା ଶେଷ ପର୍ଯ୍ୟାୟ ଭୋଟିଂ ପରେ ପରେ ଜାତୀୟ ଗଣମାଧ୍ୟମ କରିଥିବା ଆକଳନ ଅନୁସାରେ, ରାଜ୍ୟରେ ବିଜେପି ୧୩ରୁ ୧୫ ଲୋକସଭା ଆସନ ଜିତିବାର ସମ୍ଭାବନା ଅଧିକ ରହିଛି । ସେହିପରି ବିଜେଡି ୫ରୁ ୮ ଆସନ ହାତେଇପାରେ ବୋଲି ଆଶଙ୍କା ରହିଛି । ତେବେ ଯଦି ଏପରି ହୁଏ ତାହା ହେଲେ ଏଥର ଭଦ୍ରକ ଆସନ ବିଜେପି ହାତକୁ ଯାଇପାରେ ବୋଲି ଆଶଙ୍କା ରହିଛି । ଅନ୍ୟପଟେ ଗତ ନିର୍ବାଚନରେ ପରାଜୟର ମୁହଁ ଦେଖିଥିବା ବିଜେପି ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଚଳିତ ଥର ଏଠାରେ ବିଜୟୀ ହେବେ ବୋଲି ଆଶାବାଦୀ ରହିଛନ୍ତିା ମଞ୍ଜୁଲତାଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ସେ ଏଥର ପ୍ରଚାର ମଇଦାନରେ ଫୁଲ ଆକ୍ଟିଭ ରହିଥିଲେ । ବାପା ଅର୍ଜୁନ ସେଠୀଙ୍କ ଲିଗାସି ସାଙ୍ଗକୁ ମୋଦି ଲହର ଓ ରାଜ୍ୟ ଶାସନ ବିରୋଧୀ ହାଓ୍ବା ଅଭିମନ୍ୟୁଙ୍କ ପାଇଁ ଓ୍ବିନିଂ ଫ୍ୟାକ୍ଟର ହୋଇପାରେ ବୋଲି କୁହାଯାଉଛି । ଆଉ ଏବେ ବିଜେପି କୁ ରାଜରେ ବହୁମତ ମିଳୁଥିବାରୁ ଏବେ ଭଦ୍ରକରେ ବିଜେଡିର ଚକ୍ରବ୍ୟୁହ ଅଭିମନ୍ୟୁ ଭାଙ୍ଗିବାରେ ସଫଳ ହେବେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ।

author

Related Articles

Leave a Reply

Your email address will not be published. Required fields are marked *