ଆସିଲା ସର୍ଭେ ରିପୋର୍ଟ…ଜଣାପଡିଲା ଭୁବନେଶ୍ୱରକୁ କାହାକୁ ମିଳିଲା ବହୁମତ..

ଆସିଲା ସର୍ଭେ ରିପୋର୍ଟ…ଜଣାପଡିଲା ଭୁବନେଶ୍ୱରକୁ କାହାକୁ ମିଳିଲା ବହୁମତ..

ଚାହୁଁ ଚାହୁଁ ସରିଗଲା ନିର୍ବାଚନ । ଇଭିଏମରେ ସିଲ ହୋଇରହିଛି ପ୍ରାର୍ଥୀଙ୍କ ଭାଗ୍ୟ । ଆଉ ମାତ୍ର ଗୋଟିଏ ଦିନ ପରେ କାହା ହାତକୁ ଓଡିଶାର ଶାସନ ଭାର ଯିବ ତାହା ମଧ୍ୟ ସ୍ପଷ୍ଟ ହୋଇଯିବ । କିନ୍ତୁ ଭୋଟ ସରିବା ପରଠୁ ହିଁ କାହା ଖାତାକୁ ଅଧିକ ଆସନ ଯିବ ସେନେଇ ଆକଳନ ପରେ ଆକଳନ କରୁଛନ୍ତି ରାଜନତୈକ ସମୀକ୍ଷକ । ଆଉ ଏହାରି ମଧ୍ୟରେ ସମସ୍ତଙ୍କ ନଜର ରହିଛି ଭୁବନେଶ୍ୱର ଲୋକସଭା ଆସନ ଉପରେ । ଏଠାରୁ ପ୍ରାର୍ଥୀ ହୋଇଥିବା ବିଜେପିର ଫାୟାରବ୍ରାଣ୍ଡ ନେତ୍ରୀ ତଥା ଭୁବନେଶ୍ୱରର ପୂର୍ବତନ ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ରାଜନୀତିକୁ ନୂଆ କରି ଆସିଥିବା ଯୁବ ନେତା ମନ୍ମଥ ରାଉତରାୟଙ୍କ ମଧ୍ୟରେ କଡା ଟକ୍କର ହୋଇଥିବା କୁହାଯାଉଛି । ଅପରାଜିତାଙ୍କ ଭୋଟବ୍ୟାଙ୍କ ଆଗରୁ ମଜବୁତ ରହିଥିବା ବେଳେ ମନ୍ମଥ ମଧ୍ୟ ନିଜର ସମସ୍ତ ଶକ୍ତି ଜୁଟାଇ ଲଢେଇକୁ ଦ୍ୱିପାଖିଆ କରିଥିଲେ । ଏପରିକି ପୁଅକୁ ଜିତାଇବା ପାଇଁ ଭେଟେରାନ ନେତା ସୁର ରାଉତରାୟ ବିଜେଡି ପାଇଁ ଖାସ କରି ମନ୍ମଥଙ୍କ ପାଇଁ ପ୍ରଚାର ଉପରେ ପ୍ରଚାର କରିଥିଲେ । ଯାହାର ପ୍ରଭାବ ମନ୍ମଥଙ୍କ ଭୋଟ ଉପରେ ପ୍ରଭାବ ପକାଇଥିବ ବୋଲି ସେଥିରେ ସନ୍ଦେହ ନାହିଁ । କିନ୍ତୁ ଜାତୀୟ ଗଣମାଧ୍ୟମର ଆକଳନ ଅନୁଯାୟୀ , ଏଥର ରାଜ୍ୟରେ ବିଜେଡି ବିପର୍ଯ୍ୟୟ ଆଡକୁ ଗତି କରୁଥିବା କୁହାଯାଉଛି । ୨୧ଟି ଲୋକସଭା ସିଟ୍ ମଧ୍ୟରୁ ବିଜେପି ୧୩ରୁ ଅଧିକ ସିଟରେ ବିଜୟୀ ହେବ ବୋଲି ସୂଚନା ମିଳୁଛି । ସେହିପରି ବିଜେଡି ସର୍ବାଧିକ ୮ଟି ସିଟ୍ ଜିତିପାରେ ବୋଲି ସର୍ଭେରୁ ଜଣାପଡିଛି । ଯଦି ଏହି ଆକଳନ ସତରେ ପରିଣତ ହୁଏ ତେବେ ଏଥର ବି ବିଜେଡି ହାତରୁ ଭୁବନେଶ୍ୱର ଆସନ ଖସିପାରେ ବୋଲି ଆଶଙ୍କା ବଢିବଢି ଚାଲିଛିା ରାଜ୍ୟରେ ଏଥର ମୋଦି ଲହର ଆସିବ ବୋଲି ଅନେକ ମତପ୍ରକାଶ କରୁଥିବା ବେଳେ ଏବେ ସର୍ଭେ ରିପୋର୍ଟ ମଧ୍ୟ ସେହି ଦିଗକୁ ଇସାରା କରୁଛି । ଅନ୍ୟପଟେ ମୋଦିଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପିର ପବନ ବହୁଛି ସତ କିନ୍ତୁ ନବୀନଙ୍କ କ୍ରେଜ ପୂର୍ବ ଭଳି ରହିଛି । ତେବେ ଦେଖାଯାଉ ସର୍ଭେ ରିପୋର୍ଟ ଅନୁଯାୟୀ ଫଳାଫଳ କଣ ହେଉଛି ଏବଂ ଅପରାଜିତା-ମନ୍ମଥଙ୍କ ଭାଗ୍ୟ କଣ ହେଉଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *