ବଦଳିଲା ସର୍ଭେ ରିପୋର୍ଟ…ପୁଣି ଶତକ ମାରିବ ବିଜେଡି !

ବଦଳିଲା ସର୍ଭେ ରିପୋର୍ଟ…ପୁଣି ଶତକ ମାରିବ ବିଜେଡି !

ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା । ଶେଷ ହେବ ୫ ବର୍ଷର ଅପେକ୍ଷା । କାହା ହାତକୁ ଯିବ ଓଡିଶାର ଚାବିକାଠି ତାହା ସ୍ପଷ୍ଟ ହୋଇଯିବ । କିନ୍ତୁ ଭୋଟିଂ ଶେଷ ହେବା ପରଠାରୁ ଆରମ୍ଭ ହୋଇଯାଇଛି ଏକଜିଟ୍ ପୋଲର ଆକଳନ । କେଉଁ ଦଳ ପାଖକୁ ଅଧିକ ଆସନ ଯିବ , କିଏ ବହୁମତ ପାଇବ ସେନେଇ ରାଜନୈତିକ ସମୀକ୍ଷକମାନେ ଆକଳନ କରୁଛନ୍ତି । ଆଉ ଏହାରି ମଧ୍ୟରେ ଜାତୀୟ ଗଣମାଧ୍ୟମ କରିଥିବା ଆକଳନ ଅନୁସାରେ , ଏଥର ଓଡିଶାରେ ପରିବର୍ତ୍ତନର ହାୱା ବହୁଛି । କିନ୍ତୁ ଅନ୍ୟ ପ୍ରମୁଖ ଜାତୀୟ ଗଣମାଧ୍ୟମର ଏକଜିଟ୍ ପୋଲ ଅନୁସାରେ ବିଜେଡି ପୁଣି ଥରେ ବିଧାନସଭା ଆସନରେ ଶତକ ମାରିପାରେ ବୋଲି ସମ୍ଭାବନା ରହିଛି । ଇଟିଜି ରିସର୍ଚ୍ଚ ଓ ଟାଇମ୍ସ ନାଓର ସର୍ଭେରେ ୨୦୨୪ ବିଧାନସଭା ନିର୍ବାଚନରେ ବିଜେଡି ପୁଣିଥରେ ଓଡିଶାରେ ଶହେରୁ ଅଧିକ ହାତେଇବା ନେଇ ଆଶଙ୍କା ବଢିଚାଲିଛି । ସର୍ଭେ ଅନୁଯାୟୀ ବିଜେଡି ୧୦୦ରୁ ୧୧୫ ଆସନ ହାତେଇବାକୁ ଥିବା ବେଳେ ବିଜେପିକୁ ୩୦ରୁ ୩୮ ଆସନ ମିଳିବା ସମ୍ଭାବନା ରହିଛି । ସେହିଭଳି ଗତଥର ଅପେକ୍ଷା କଂଗ୍ରେସର ଆସନ କମ ହୋଇପାରେ ବୋଲି ସଂକେତ ଦେଇଛି ଇଟିଜି ରିସର୍ଚ୍ଚ ଓ ଟାଇମ୍ସ ନାଓର ସର୍ଭେ । ଏହି ସର୍ଭେରେ କଂଗ୍ରେସକୁ ମାତ୍ର ୪ରୁ ୭ ଆସନ ମିଳିବା ନେଇ ସଂକେତ ମିଳିଛି । ଅନ୍ୟପଟେ ଜନ୍ କି ବାତ ପକ୍ଷରୁ ହୋଇଥିବା ସର୍ଭେରେ ବିଜେଡିକୁ ବହୁମତ ମିଳୁଥିଲେ ମଧ୍ୟ ଗତବର୍ଷ ତୁଳନାରେ ୩୦ରୁ ଅଧିକ ଆସନ ହରାଇପାରେ । ଏହି ସର୍ଭେରେ ବିଜେଡିକୁ ୮୧, ବିଜେପିକୁ ୫୮ ଓ କଂଗ୍ରେସକୁ ୮ଟି ଆସନ ମିଳିବାର ସମ୍ଭାବନା ରହିଛି । ସେହିଭଳି ଇଣ୍ଡିଆ ଟୁଡେ ପକ୍ଷରୁ ହୋଇଥିବା ସର୍ଭେରେ ଉଭୟ ବିଜେଡି ଓ ବିଜେପିକୁ ୬୨ରୁ ୮୦ ଲେଖାଏଁ ଆସନ ମିଳିବା ନେଇ ଆକଳନ ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *