ରାଜନୀତିରୁ ସନ୍ନ୍ୟାସ ନେଇ ତାମିଲନାଡୁ ପଳେଇଗଲେ କି ?

ରାଜନୀତିରୁ ସନ୍ନ୍ୟାସ ନେଇ ତାମିଲନାଡୁ ପଳେଇଗଲେ କି ?

ବିଜୁ ଜନତା ଦଳର ଏଭଳି ଶୋଚନୀୟ ପରାଜୟ ହେବା ପରେ ଓଡିଶାରେ ଏକ ଇତିହାସ ସୃଷ୍ଟି ହୋଇଛି ହଁ ଦର୍ଶକବନ୍ଧୁ ରାଜ୍ୟ ରାଜନୀତିରେ ଆସିଲା ଏକ ନୂଆ ମୋଡ । ଆଉ ଚାଲିବନି ନବୀନ ଶାସନ । ତେବେ ବିଜୁ ଜନତା ଦଳ ତଥା ନବୀନ ପଟ୍ଟନାୟକଙ୍କର ଏପରି ପରାଜୟ ପରେ ଏବେ ବିଜେଡି ଶିବିରରେ କମ୍ପନ ସୃଷ୍ଟି ହୋଇଛି । ଯଦି ଆମେ ଭିକେ ପାଣ୍ଡିଆନଙ୍କ କଥା ଦେଖିବା କୁଆଡେ ଗଲେ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ନବୀନଙ୍କ ପରେ ଓଡିଶାର ଶାନ ଭାର ତୁଲାଉଥିଲେ ଏହି ତାମିଲ ନେତା । ଏବେ ବିଜୁ ଜନତା ଦଳର ଶୋଚନୀୟ ପରାସ୍ତ ପରେ କେଉଁଟାରେ ବି ଦେଖାଯାଉନାହାନ୍ତି ଭିକେ ପାଣ୍ଡିଆନ । ସବୁବେଳେ ମାଇକ ଧରି ପ୍ରଚାର କରୁଥିବା ଭିକେ ପାଣ୍ଡିଆନ ଏବେ କୁଆଡେ ଗଲେ ନାଁ ପରାଜୟ ହେବା ପରେ ଭୟରେ ତାମିଲନାଡୁ ପଳାଇଗଲେ । ହଁ ଦର୍ଶକବନ୍ଧୁ ନବୀନ ବାବୁଙ୍କ ପରେ ପରେ ଓଡିଶା ବାସୀଙ୍କ ଆଗରେ ଆଉ ଜଣେ ହିଁ ହିରୋ ଥିଲେ ସେ ହେଲେ ଭିକେ ପାଣ୍ଡିଆନ । ଆଉ ସେହି ହିରୋ ଏବେ ଜିରୋ ହୋଇଯାଇଛନ୍ତି । ବିଜୁ ଜନତା ଦଳ ଜିତିବା ନେଇ ଯେଉଁ ଦମ୍ଭୋକ୍ତି ବାଢୁଥିଲେ ତାହା ତ ଆଉ ନାହିଁ । ବିଜୁ ଜନତା ଦଳର ଏପରି ପରାଜୟ ପାଣ୍ଡିଆନଙ୍କୁ ଏକ ପ୍ରକାର ସଦମା ଲାଗିଛି । ବୋଧହୁଏ ସେଇଥିପାଇଁ ଆଜି ସେ ଚୁପ ବସିଛନ୍ତି । ମଞ୍ଚ ଉପରେ ଦମ୍ଭୋକ୍ତି ବାଢିତିଲେ ଯେ ଯଦି ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନ ହୁଅନ୍ତି ତେବେ ପାଣ୍ଡିଆନ ବାବୁ ରାଜନୀତିରୁ ସନ୍ନ୍ୟାସ ନେବେ । ସତରେ କଣ ଯାହା କହିଥିଲେ ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି କି ବିଜେଡି ନେତା ଭିକେ ପାଣ୍ଡିଆନ । ନା ନିଜ ଘରେ ବସି ତାମିଲନାଡୁ ଯିବା ପାଇଁ ସଜ ହେଉଛନ୍ତି । ତେବେ ଭିତରେ ଭିତରେ ପାଣ୍ଡିଆନ କିଛି ନୂଆ ଷଡଯନ୍ତ୍ର କରୁଛନ୍ତି କି ହାରିବା ଦୁଃଖରେ ସାମ୍ନାକୁ ଆସିବାକୁ ଚାହୁଁନାହାନ୍ତି । ଆଉ ନିଜର କଥାକୁ ପାଲନ କରି କେବେ ରାଜନୀତିରୁ ସନ୍ନ୍ୟାସ ନେଉଛନ୍ତି ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *