କାହିଁକି ହାରିଲେ ୩ ଦଳର ମୁଖିଆ ?

କାହିଁକି ହାରିଲେ ୩ ଦଳର ମୁଖିଆ ?

ସରିଗଲା ନିର୍ବାଚନ, ସାମ୍ନାକୁ ଆସିଲା ଫଳାଫଳ । କିନ୍ତୁ ଏ ଫଳାଫଳ ଓଡିଶାର ମେରୁଦଣ୍ଡକୁ ଦୋହଲାଇ ଦେଇଛି । ରାଜ୍ୟ ସହ ରାଜ୍ୟ ରଜାନୀତିର ଚିତ୍ର ମଧ୍ୟ ୨୦୨୪ ନିବାଚନର ଫଳାଫଳ ସମ୍ପୂର୍ଣ୍ଣ ବଦଳାଇ ଦେଇଛି । ଦୀର୍ଘ ଅଢେଇ ଦଶନ୍ଧି ଧରି ଓଡିଶାର ଶାସନ ଗାଦିରେ ବସିଥିବା ବିଜେଡିକୁ ଗାଦି ଚ୍ୟୁତ କରି ବିଜେପି ପ୍ରଥମ ଥର ପାଇଁ ଶାସନ ଗାଦିରେ ବସିଛି । ୨୪ ବର୍ଷର ସରକାରକୁ ପଛରେ ପକାଇ ରାଜ୍ୟରେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଛି ଭାରତୀୟ ଜନତା ପାର୍ଟୀ । କିନ୍ତୁ ଖୋଦ ରାଜ୍ୟ ବିଜେପି ସଭାପତି ଏହି ବୈତରଣୀକୁ ପାର କରିପାରିନାହାନ୍ତି । ଚାନ୍ଦବାଲି ଆସନରୁ ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କ ଠାରୁ ୧୯୨୨ ଖଣ୍ଡ ଭୋଟରେ ହାରି ଲଗାତାର ୩ ଥର ପରାଜୟର ମୁହଁ ଦେଖିଛନ୍ତି ମନମୋହନ । ଖାଲି ମନମୋହନ ନୁହଁନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ପ୍ରଥମ ଥର ପାଇଁ ପରଜାୟର ସ୍ୱାଦ ଚାଖିଛନ୍ତି । ସେ ଦୁଇଟି ବିଧାନସଭା ଆସନ ହିଞ୍ଜିଳି ଏବଂ କଣ୍ଟାବାଞ୍ଜିରୁ ପ୍ରତିଦ୍ୱନ୍ଦିତା କରିଥିବା ବେଳେ କଣ୍ଟାବାଞ୍ଜିରୁ ପ୍ରଥମ ଥର ପାଇଁ ହାରିଯାଇଛନ୍ତି । ବିଜେପି ପ୍ରାର୍ଥୀ ଲକ୍ଷ୍ମମ ବାଗ ତାଙ୍କୁ ୧୬,୩୨୧ ଖଣ୍ଡ ଭୋଟରେ ପରାଜିତ କରିଛନ୍ତି । ଅନ୍ୟପଟେ ନୂଆପଡା ଆସନରୁ ପ୍ରତିଦ୍ୱନ୍ଦିତା କରିଥିବା ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ସଫଳ ହୋଇନାହାନ୍ତି । ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କୁ ଠାରୁ ୪୬ ହଜାରରୁ ଉଦ୍ଧ୍ୱ ଭୋଟରେ ପରାଜିତ ହୋଇଛନ୍ତି । ତେବେ ଏ ୩ ଜଣ ନେତା ନିଜ ନିଜ ଦଳର ମୁଖିଆ ହୋଇଥିବା ବେଳେ ଚଳିତ ଥର ଏମାନଙ୍କୁ ସାଧାରଣ ଜନତା ଭରସା କରିପାରିନାହାନ୍ତି । ତେବେ ୩ ଦଳର ମୁଖିଆ ହାରିବା ପରେ ଏବେ ଏମାନଙ୍କର ରାଜନୈତିକ ଭବିଷ୍ୟତ କଣ ହେବ ତାକୁ ନେଇ ସବୁଠି ଆଲୋଚନା ।

author

Related Articles

Leave a Reply

Your email address will not be published. Required fields are marked *