ଏକ ଝଡ ପରି ଆସିଲା ଆଉ ସବୁ କିଛି ବରବାତ କରିଦେଲା 2024 ନିର୍ବାଚନ ଫଳାଫଳ । ଚଳିତଥର ନିର୍ବାଚନରେ ସବୁଠାରୁ ବଡ ବିପର୍ଯ୍ୟୟର ସାମ୍ନା କରିଛି ବିଜୁ ଜନତା ଦଳ । କେହି କେବେ କଳ୍ପନା କରିନଥିବା କଥା ଘଟିଲା । ଭୁଶୁଡି ଯାଇଛି 24 ବର୍ଷର ଶାସନ ଡୋରି । ନବୀନ ପଟ୍ଟନାୟକଙ୍କ 24 ବର୍ଷ ଶାସନରେ ପୂର୍ଣ୍ଣଚ୍ଛେଦ ପଡିଯାଇଛି । ହଁ ଦର୍ଶକବନ୍ଧୁ 24 ନିର୍ବାଚନର ଫଳାଫଳ ନବୀନ ବାବୁଙ୍କ ହାତରୁ ତାଙ୍କ କ୍ଷମତାକୁ ଛଡାଇ ନେଲା । ଏବେ ଆଉ ସେ ମୁଖ୍ୟମନ୍ତ୍ରୀ ପଦରେ ନାହାନ୍ତି । ନିର୍ବାଚନ ପରେ ନିଜ ଦଳର ପରାଜୟ ପରେ ଜନାଦେଶକୁ ସ୍ୱୀକାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦୀର୍ଘ 25 ବର୍ଷ ହେବ ନିଜର ଶାସନ ଡୋରିରେ ଲୋକଙ୍କୁ ବାନ୍ଧି ରଖିଥିଲେ । ଆଉ ଶେଷରେ ସେ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ହୋଇଗଲେ । ବୁଧବରା ରାଜଭବନଠାରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି । ଯେଉଁ ନବୀନ ଦୀର୍ଘ 24 ବର୍ଷ ହେବ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ ଆଜି ତାଙ୍କ ପାଖରେ ସେ ପଦବୀ ନାହିଁ । ଇସ୍ତଫା ଦେବା ପରେ ସେ ପାଲଟିଯାଇଚନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ । ଇତିହାସ ରଚିବା ବଦଳରେ ନିଜେ ଇତିହାସ ପାଲଟି ଯାଇଛନ୍ତି ନବୀନ ବାବୁ । ପ୍ରଥମ ଥର ପାଇଁ ପରାଜୟ ଦେଖିଛି ବିଜୁ ଜନତା ଦଳ ଏବଂ ଭୁଶୁଡି ଯାଇଛି ବିଜେଡି ଗଡ । ଯେଉଁ ଓଡ଼ିଶାବାସୀଙ୍କ ପାଇଁ ନିଜ ଜୀବନକୁ ପର କରି ଦେଇଥିଲେ ନବୀନ, ଆଜି ସେହି ଜନତା ହିଁ ତାଙ୍କୁ ପର କରି ଦେଇଛନ୍ତି । ନବୀନଙ୍କ ପାଖରୁ ମୁଖ୍ୟମନ୍ତ୍ରୀ ଗାଦି ଛଡ଼ାଇ ନେଇଛନ୍ତି ନବୀନଙ୍କ ପ୍ରିୟର ଓଡ଼ିଶାବାସୀ । ତଥାପି ମୁହଁରେ ରହିଛି ହସ ଏବଂ ପୁଣିଥରେ ଲୋକମାନଙ୍କ ସେବା କରିବାର ମନୋବୃତ୍ତି । ଗାଦି ଛାଡ଼ିବା ପରେ ବି ମନରେ ନାହିଁ ଟିକିଏ ଦୁଃଖ। ନିର୍ବାଚନରେ ପରାଜୟ ବରଣ କରିଥିବା ଯୁଦ୍ଧ କ୍ଷେତ୍ରରେ ହାରିବା ଜିତିବା ଲାଗି ରହିଥାଏ କିନ୍ତୁ ଜିତିବା ଠାରୁ ହାରିବାରେ ଥାଏ ଅଧିକ ମଜା ଯାହା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏ ହସ ବୟାନ କରୁଛି। ଆଜି ବି ସ୍ୱର୍ଣ୍ଣ ଅକ୍ଷରରେ ଲେଖା ହୋଇରହିବ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ।
You can share this post!
author