ପ୍ରସନ୍ନଙ୍କ ଦିଲ୍ଲୀ ଗସ୍ତ ବିଜେପିରେ ମିଶିବା ନେଇ ବଢିଲା ଚର୍ଚ୍ଚା…

ପ୍ରସନ୍ନଙ୍କ ଦିଲ୍ଲୀ ଗସ୍ତ ବିଜେପିରେ ମିଶିବା ନେଇ ବଢିଲା ଚର୍ଚ୍ଚା…

2024 ନିର୍ବାଚନର ଫଳାଫଳ ସାମ୍ନାକୁ ଆସିବା ପରେ ବଦଳିଯାଇଛି ଓଡିଶାର ରାଜନୀତି । ସରକାର ବଦଳିବା ସହ ନେତାଙ୍କ ମୁଡ ମଧ୍ୟ ବଦଳୁଛି । ନିର୍ବାଚନ ପୂର୍ବରୁ ଯେ ନିର୍ବାଚନ ସରିବା ପର୍ଯ୍ୟନ୍ତ ଚୁପ ବସିଥିବା ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ନେଇ ଏବେ ଚର୍ଚ୍ଚା ବଢିଛି । ବାବା ପ୍ରସନ୍ନ ପାଟ୍ଟଶାଣୀ ଏବେ କୁଆଡେ ଦଳ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିବା ଶୁଣାଯାଉଛି । ଏବେ ସେ ଦିଲ୍ଲୀ ଗସ୍ତରେ ରହିଛନ୍ତି ଏବଂ ବିଜେପିରେ ମିଶିବା ନେଇ ଚର୍ଚ୍ଚା ବଢୁଛି । ନିର୍ବାଚନ ବେଳେ ସେ ବିଜେଡି ଟିକେଟରେ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ଇଚ୍ଛା ରଖିଥିଲେ । କିନ୍ତୁ ଦଳ ତାଙ୍କୁ ଟିକେଟ୍ ଦେଇନଥିଲା । ସେହିପରି ପୂର୍ବରୁ ତାଙ୍କୁ ରାଜ୍ୟସଭା ପଠାଯିବ ବୋଲି ବିଜେଡି ସୁପ୍ରିମୋ ପ୍ରତିଶ୍ରୁତି ଦେଇଥିଲେ ବୋଲି ସେ କୁହନ୍ତି । ଆଉ ଏବେ ବିଜେଡିର ବିପର୍ଯ୍ୟୟ ପରେ ସେ ଦଳ ପରିବର୍ତନ କରିବାକୁ ନିଷ୍ପତି ନେଇଥିବା କୁହାଯାଉଛି । ପ୍ରସନ୍ନ ପାଟ୍ଟଶାଣୀ ଭୁବନେଶ୍ୱର ଲୋକସଭାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।  ୧୯୯୮ରୁ ୨୦୧୯ ଯାଏଁ ପ୍ରତିନିଧିତ୍ୱ କରୁଥିଲେ । ସୂଚନା ମୁତାବକ ଓଡ଼ିଶାର ଜଣେ ବରିଷ୍ଠ ବିଜେପି ନେତା ତଥା ନବ ନିର୍ବାଚିତ ସାଂସଦ ପ୍ରସନ୍ନ ପାଟଶାଣୀଙ୍କୁ ଦିଲ୍ଲୀ ଡକାଇଛନ୍ତି । ଦିଲ୍ଲୀରେ ଆଜି ସଂସଦୀୟ ଦଳ ବୈଠକ ଥିବାବେଳେ ଏହି ସମୟରେ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଦିଲ୍ଲୀ ଡକାଯାଇଛି । ଯେଉଁଥିପାଇଁ ଚର୍ଚ୍ଚା ବଢି ବଢି ଚାଲିଛି । ତେବେ ପ୍ରସନ୍ନଙ୍କ ଦିଲ୍ଲୀ ଗସ୍ତ ବିଜେଡି ଉପରେ କିଭଳି ପ୍ରଭାବ ପକାଇବ ସତରେ କଣ ବାବା ପ୍ରସନ୍ନ ଏବେ ବିଜୁ ଜନତା ଦଳ ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗ ଦେବେ କି ତାହା ଉପରେ ନଜର ।

author

Related Articles

Leave a Reply

Your email address will not be published. Required fields are marked *