ଅର୍ପଣ ଚାଉଳରେ ପ୍ରସ୍ତୁତ ହେବନି ମହାପ୍ରସାଦ…

ଅର୍ପଣ ଚାଉଳରେ ପ୍ରସ୍ତୁତ ହେବନି ମହାପ୍ରସାଦ…

ରାଜ୍ୟରେ ସରକାର ବଦଳିବା ପରେ ଏକ ବଡ ପରିବର୍ତ୍ତନ ଆସିଛି । ହଁ ଦର୍ଶକବନ୍ଦୁ ନୂଆ ସରକାର ଶପଥ ନେବା ପୂର୍ବରୁ ଶ୍ରୀମନ୍ଦିରରେ ବନ୍ଦ ହେଲା ଅର୍ପଣ ଚାଉଳରୁ ପ୍ରସ୍ତୁତ ମହାପ୍ରସାଦ । ଯାହାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପଲକ୍ଷେ ସାରା ରାଜ୍ୟ ବୁଲିଥିବା ଅର୍ପଣ ରଥ ଜରିଆରେ ପ୍ରାୟ ୧୩ହଜାର କ୍ୱିଣ୍ଟାଲ ଚାଉଳ ସଂଗ୍ରହ କରାଯାଇଥିଲା । ଯାହା ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ଗଚ୍ଛିତ ରଖାଯାଇଥିଲା । ଏଥିରୁ ପ୍ରାୟ ୧୦ହଜାର ୭୪୨ କ୍ୱିଣ୍ଟାଲ ଚାଉଳରୁ କାନିକା, ଖେଚେଡ଼ି ଆଦି ପ୍ରସ୍ତୁତ ହୋଇ ଭକ୍ତଙ୍କୁ ବଣ୍ଟା ସରିଛି । ବାକି ଚାଉଳକୁ କାନିକା, ଖେଚେଡ଼ି ଆଦି ବି ପ୍ରସ୍ତୁତ ହେବ । କିନ୍ତୁ କାଲିଠୁ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ବନ୍ଦ କରି ଦେଇଛି । ଯେଉଁଥିପାଇଁ ଭକ୍ତମାନେ ଅସନ୍ତୋଷ ଥିବାର ଦେଖାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *