ବିଜେଡିର ଭବିଷ୍ୟତ କଣ ?

ବିଜେଡିର ଭବିଷ୍ୟତ କଣ ?

୨୪ ବର୍ଷ ୩ ମାସ ପରେ ବଦଳିଯାଇଛି ଓଡିଶାର ରୂପରେଖ । ପ୍ରଥମ ଥର କରି ବିଜୁ ଜନତା ଦଳ ଶାସକ ଦଳରୁ ପାଲଟିଯାଇଛି ବିରୋଧୀ ଦଳ । ଓଡିଶାର ଇତିହାସରେ ଲିପିବଦ୍ଧ ହୋଇ ରହିଯାଇଛି ୨୦୨୪ ଜୁନ ୪ ତାରିଖ । କିନ୍ତୁ ଏହା ପରେ ବି ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜ ମନବଳ ଭାଙ୍ଗିନାହାନ୍ତି । ଶାସନ ଗାଦିରେ ନଥାଇ ବି ସେ ଓଡିଶାର ବିକାଶ ପାଇଁ ନିରନ୍ତର ପ୍ରୟାସ ଆଗକୁ ଜାରି ରଖିବେ ବୋଲି ମତବ୍ୟକ୍ତ କରିଛନ୍ତି । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଯେ, ପ୍ରଥମ ଥର ପାଇଁ ଦଳ ସବୁଠୁ କଠିନ ସ୍ଥିତିରେ ଗତି କରୁଥିବା ବେଳେ ଏବେ ବିଜେଡିର ଭବିଷ୍ୟତ କଣ ହେବ ? ଶାସନ ଗାଦିରୁ ହଟିବା ପରେ ଏବେ ପୁଣି ଥରେ ଦଳ କିପରି ଲୋକଙ୍କ ପ୍ରିୟ ଭାଜନ ହେବ ? ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କି ପଦକ୍ଷେପ ନେବେ ? କାରଣ ପ୍ରଥମ ଥର ବିଜେଡି ବିଧାନସଭାରେ ବିରୋଧୀ ଦଳ ଭାବରେ କାର୍ଯ୍ୟ କରିବାକୁ ଯାଉଛି । କିନ୍ତୁ ନବୀନ ବାବୁ ବିରୋଧୀ ଦଳର ନେତା ହେବେ ନା ଅନ୍ୟ କାହାକୁ ଦଳର ଦାୟିତ୍ୱ ଦେବେ ତାହା କିଛି ବି ସ୍ପଷ୍ଟ ହୋଇନି । କାରଣ ମୁଖମନ୍ତ୍ରୀ ପଦରେ ଥିବା ବେଳେ ନବୀନ ବାବୁ ଅନେକ ଥର ବିଧାନସଭାରେ ଉପସ୍ଥିତ ନଥାନ୍ତି । କିନ୍ତୁ ଏବେ ଯଦି ସେ ବିରୋଧୀ ଦଳର ନେତା ହୁଅନ୍ତି ତେବେ ତାଙ୍କୁ ବିଧାନସଭାରେ ଉପସ୍ଥିତ ରହିବାକୁ ପଡିବ । ତେଣୁ ଏବେ ନବୀନ ବାବୁଙ୍କ ନିଷ୍ପତ୍ତି କଣ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି । ଅନ୍ୟପଟେ ଦଳର ଅନେକ ନେତା ହାରିବା ପରେ ଏବେ ଦଳ ଭାଙ୍ଗିଯିବାର ସମ୍ଭାବନା ମଧ୍ୟ ରହିଛି । ରାଜନୈତିକ ସୁବିଧା ଦୃଷ୍ଟିରୁ ଅନେକ ନେତା ଦଳ ଛାଡି ଅନ୍ୟ ଦଳକୁ ଯିବାର ଆଶଙ୍କାକୁ ଏଡାଇ ହେଉନି । ତେଣୁ ଏବେ ବିଜେଡି ଘଡିସନ୍ଧି ସମୟରେ ଗତି କରୁଥିବା କୁହାଯାଉଛି । ତେବେ ଏପରି କଠିନ ସମୟକୁ ନବୀନ ବାବୁ କିପରି ସାମ୍ନାକୁ କରୁଛନ୍ତି ଏବଂ ଦଳକୁ ବଜାୟ ରଖିବା ପାଇଁ କଣ କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ।

author

Related Articles

Leave a Reply

Your email address will not be published. Required fields are marked *