ଜେଲରୁ ବାହାରିବେ ବିଜେଡି ନେତାଙ୍କୁ ପାନେ ଦେବେ ପ୍ରଶାନ୍ତ !

ଜେଲରୁ ବାହାରିବେ ବିଜେଡି ନେତାଙ୍କୁ ପାନେ ଦେବେ ପ୍ରଶାନ୍ତ !

ଓଡିଶା ରାଜନୀତିରେ ଗୋଟିଏ ଚର୍ଚ୍ଚିତ ଚେହେରା ବାହୁବଳୀ ନେତା ପ୍ରଶାନ୍ତ ଜଗଦ୍ଦେବ । ତାଙ୍କୁ ନେଇ ରାଜନୀତିରେ ଭିନ୍ନ ଭିନ୍ନ ମୋଡ ଆସିଥାଏ । କେତେବେଳେ ଲୋକଙ୍କୁ ମାଡ ମାରି ହଟହଟା ତ ଆଉ କେତେବେଳେ ଏତେ ଜନପ୍ରିୟ ଯେ ଗୋଟିଏ ଥରରେ ହିଁ ନିର୍ବାଚନରେ ବିଜୟ ହେଉଛନ୍ତି । ଯଦି ଟିକିଏ ପ୍ରଶାନ୍ତ ଜଗଦ୍ଦେବଙ୍କ ପଲିଟିକାଲ କ୍ୟାରିୟର ଉପରେ ନଜର ପକାଇବା ସେ 2014 ନିର୍ବାଚନରୁ ଲଗାତାର ଭାବେ ବିଧାୟକ ହୋଇ ରହିଆସିଛନ୍ତି । ପ୍ରଥମେ ବେଗୁନିଆ ନିର୍ବାଚନ ମଣ୍ଡଳୀରୁ ଏହାପରେ ଚିଲିକା ଆଉ ବର୍ତ୍ତମାନ ଖୋର୍ଦ୍ଦାରୁ ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଚଳିତ ନିର୍ବାଚନରେ ବାହୁବଳୀ ନେତା ପ୍ରଶାନ୍ତ ଜଗଦ୍ଦେବ ଏକ ରେକର୍ଡ କରିଛନ୍ତି । କାହିଁକିନା ଶଙ୍ଖ ଟିକେଟରେ ବିଧାୟକ ହେଉଥିବା ବାହୁବଳୀ ନେତା ପ୍ରଥମ ଥର ପାଇଁ ବିଜେପି ଟିକେଟରେ ନିର୍ବାଚିତ ହୋଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିର୍ବାଚନ ସମୟରେ ଇଭିଏମ ଭଙ୍ଗାରୁଜା ଘଟଣାକୁ ନେଇ ଜେଲରେ ଅଛନ୍ତି ଏହି ବାହୁବଳୀ ନେତା । ବୋଲଗଡ କାଉଁରିପାଟଣା ବୁଥରେ ଇଭିଏମ ଘଟଣାକୁ ନେଇ ଜେଲରେ ଥିବା ପ୍ରଶାନ୍ତଙ୍କୁ ଏବେ ବେଲ ମିଳିଛି । ଚର୍ଚ୍ଚା ହେଉଥିଲା ବିଜେଡିର କିଛି ନେତା ପ୍ରଶାନ୍ତଙ୍କୁ ଫସାଇ ତାଙ୍କୁ ଜେଲ ପଠାଇଛନ୍ତି ଯାହାର ଗୋଟି ଗୋଟି କରି ଏବେ ହିସାବ ନେବେ ପ୍ରଶାନ୍ତ ଜଗଦ୍ଦେବ । କାହିଁକିନା କୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛି । ଆସନ୍ତା 9 ତାରିଖରୁ ତିନି ଦିନ ପାଇଁ ବେଲରେ ଆସିବେ ଜଗଦ୍ଦେବ । ଯାହାକୁ ଶୁଣି ବିଜେଡି ଶିବିରରେ ଛନକା ପଶିଲାଣି । ତେବେ ଦେଖିବାକୁ ବାକି ରହିଲା ଜେଲରୁ ଫେରିବା ପରେ କଣ ରହୁଛି ପ୍ରଶାନ୍ତଙ୍କ ଆଗାମୀ ପଦକ୍ଷେପ ।

author

Related Articles

Leave a Reply

Your email address will not be published. Required fields are marked *