ସୂର୍ଯ୍ୟବଂଶୀଙ୍କ ଉପରେ ପଡିଲାନି ରାଜୁଙ୍କ ଯାଦୁ

ସୂର୍ଯ୍ୟବଂଶୀଙ୍କ ଉପରେ ପଡିଲାନି ରାଜୁଙ୍କ ଯାଦୁ

ବହୁଚର୍ଚ୍ଚିତ ଧାମନଗର ନିର୍ବାଚନ ମଣ୍ଡଳୀରେ ପୁଣି ଉଇଁଲା ବିଜୟର ଏକ ନୂଆ ସୂର୍ଯ୍ୟ । ହଁ ଦର୍ଶକବନ୍ଧୁ ବିଜେଡି ହାତରୁ ଛଡାଇ ବାଜମାରିନେଲେ ଯୁବ ଚେହେରା ସୂର୍ଯ୍ୟବଂଶୀ ସୁରଜ । ଧାମନଗରରେ ବିଜେଡିର ଏତେ ସଭା ଓ ଶୋଭଯାତ୍ରା କିଛି ବି ଫରକ ପକାଇଲାନି । ପୂର୍ବତନ ବିଧାୟକ ତଥା ଧାମନଗର ମାଟିର ପୁଅ ଉପରେ ପୁଣିଥରେ ଭରସା କଲେ ଧାମନଗର ବାସୀ । ବିପୁଳ ସଂଖ୍ୟାରେ ବିଜୟ ଲାଭ କରିଛନ୍ତି ସୁରଜ । ବିଜେଡିର କୌଣସି ଗେମ ସୁରଜଙ୍କ ଉପରେ କାମ ଦେଲାନାହିଁ । ଶେଷ ମୁହୁର୍ତ୍ତରେ ରାଜୁ ଦାସଙ୍କର ସାହାର ମଧ୍ୟ ବିଜେଡି ନେଇଥିଲା କିନ୍ତୁ ତାପରେ ମଧ୍ୟ ପରାଜୟ ବରଣ କରିବାକୁ ପଡିଲା । ନିର୍ବାଚନରେ ଜିତିବା ପାଇଁ ବିଜେଡି କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲା ବୋଲି ଚର୍ଚ୍ଚା ହେଉଛି । ଆଉ ଦଳର ଦ୍ୱିତୀୟ କ୍ଷମତା କେନ୍ଦ୍ର ଭିକେ ପାଣ୍ଡିଆନ ମଧ୍ୟ ସଭା କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ । ଏ ସବୁ ସତ୍ତ୍ୱେ ବିଜେଡିକୁ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ସୂର୍ଯ୍ୟବଂଶୀ ସୁରଜ । 24ରେ ଜିତିବା ପାଇଁ ପ୍ରାର୍ଥୀ ଚୟନ କରିବା ଠୁ ଯେ ଜିତିବା ପାଇଁ ଭିନ୍ନ ଭିନ୍ନ ରଣନୀତି କରିଥିଲା । ସେଇଥିପାଇଁ ତ ମାଷ୍ଟର ପ୍ଲାନ କରି ଇଞ୍ଜିନିୟର ସୂର୍ଯ୍ୟବଂଶୀଙ୍କ ବିରୁଦ୍ଧରେ ଡାକ୍ତର ସଞ୍ଜୟ ଦାସଙ୍କୁ ପ୍ରାର୍ଥୀ କରିଥିଲା ଦଳ । ଶେଷ ମୁହୁର୍ତ୍ତରେ ବିଜେପିକୁ ଯାଇଥିବା ରାଜୁ ଦାସଙ୍କୁ ମଧ୍ୟ ଫେରାଇ ଆଣିଥିଲା ବିଜେଡି । ରାଜୁ ମଧ୍ୟ ସୁରଜଙ୍କୁ ହରାଇ ଦୁଆର ଦୁଆର ବୁଲି ସଞ୍ଜୟଙ୍କ ପାଇଁ ଭୋଟ ମାଗିଥିଲେ । କିନ୍ତୁ ଶେଷରେ ଲୋକଙ୍କ ଆସ୍ଥା ଭାଜନ ହୋଇଗଲେ ସୁରଜ । ଏବଂ ବିଜେଡି ହାତରୁ ବାଜି ଛଡାଇନେଲେ । ଉପନିର୍ବାଚନରେ ଯେତିକି ସଂଖ୍ୟାରେ ତାଙ୍କୁ ସମର୍ଥନ ମିଳିଥିଲା ଚର୍ଚ୍ଚା ହେଉଥିଲା ଏଥର ସାଧାରଣ ନିର୍ବାଚନରେ ସେତିକି ସମର୍ଥନ ନ ମିଳିପାରେ । କିନ୍ତୁ କିଛି ଅଲଗା ଘଟିଲା । ସବୁ ଚେଷ୍ଟା ସତ୍ତ୍ୱେ ସୁରଜଙ୍କ ଆଗରେ ହାର ମାନିଲା ବିଜେଡି ।

author

Related Articles

Leave a Reply

Your email address will not be published. Required fields are marked *