ଅଡୁଆରେ ପଡିଲେ ଆଇପିଏସ ଆଶିଷ ସିଂ

ଅଡୁଆରେ ପଡିଲେ ଆଇପିଏସ ଆଶିଷ ସିଂ

ଅଡୁଆରେ ପଡିଲେ ଆଇପିଏସ ଆଶିଷ ସିଂ । ଆଶିଷ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ECI । ନିଜ ସ୍ୱାସ୍ଥ୍ୟକୁ ନେଇ ଆଶିଷ ସିଂ ଭୁଲ୍ ତଥ୍ୟ ଦେଇଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ମିଳିଛି । ଆଇପିଏସ ଆଶିଷ ସିଂଙ୍କ ମେଡିକାଲ ଯାଞ୍ଚ ପାଇଁ ଗଠିତ ଏମସ ମେଡିକାଲ ବୋର୍ଡର ରିପୋର୍ଟ ଆସିବା ପରେ ଏହି ନିର୍ଦ୍ଦେଶ ଦିଆଯାଇଛି । ମେଡିକାଲ ରିପୋର୍ଟ ଅନୁସାରେ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ଅଛନ୍ତି । ତେବେ ପୂର୍ବରୁ ନିର୍ବାଚନ ସମୟରେ ଅସୁସ୍ଥତା କାରଣ ଦର୍ଶାଇ ଛୁଟିରେ ଯାଇଥିଲେ ଆଶିଷ ସିଂଛୁଟିରେ ଥିବା ବେଳେ ସେ ବିଜେଡିକୁ ସହଯୋଗ କରୁଥିବା ଅଭିଯୋଗ ହୋଇଥିଲା । ଏହା ପରେ ଭାରତୀୟ ନିର୍ବାଚନ କମିଶନ ଆଶିଷ ସିଂଙ୍କୁ ନିଲମ୍ବନ କରିବା ସହ ଏମ୍ସ ମେଡିକାଲ ବୋର୍ଡ ଗଠନ କରି ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏବେ ସେ ରିପୋର୍ଟ ଆସିବା ପରେ ଆଶିଷ ସିଂ ସୁସ୍ଥ ଥିବା ଜଣାପଡିଛି । ଏବଂ ତାଙ୍କ ବିରୋଧରେ କାଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ହୋଇଛି ।ସେପଟେ ଡିଏସ କୁଟ୍ଟେଙ୍କ ଉପରୁ ନିଲମ୍ବନ ହଟିଥିବା ସୂଚନା ମିଳିଛି

author

Related Articles

Leave a Reply

Your email address will not be published. Required fields are marked *