ନବୀନ ନିବାସରେ ପହଞ୍ଚିଲେ ନବୀନଙ୍କ ଉତ୍ତରାଧିକାରୀ !

ନବୀନ ନିବାସରେ ପହଞ୍ଚିଲେ ନବୀନଙ୍କ ଉତ୍ତରାଧିକାରୀ !

24 ବର୍ଷର ସରକାରରେ ପୂର୍ଣ୍ଣଚ୍ଛେଦ ପଡିଛି । ବିଜୁ ଜନତା ଦଳର ପୁଣିଥରେ ସରକାର ଗଢିବାର ସ୍ୱପ୍ନ ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ଓଡିଶାବାସୀ ପରିବର୍ତ୍ତନର ଏକ ନୂଆ ଦିଗ ଦେଖିବାକୁ ଯାଉଥିବା ବେଳେ କିଏ ହେବ ନବୀନଙ୍କ ଉତ୍ତରାଧିକାରୀ ତାକୁ ନେଇ ଚର୍ଚ୍ଚା ଥମୁନି । ନବୀନଙ୍କ ପରେ ବିଜେଡିକୁ କିଏ ସମ୍ଭାଳିବ ସେ ନେଇ ଦ୍ୱନ୍ଦ ବଢୁଛି । ବିଜୁ ପଟ୍ଟନାୟକଙ୍କ ପରେ ନବୀନ ପଟ୍ଟନାୟକ ବିଜେଡିରୁ ମୁଖ୍ୟମନ୍ତ୍ରୀ ହୋଇଥିଲେ କିନ୍ତୁ ଏବେ ନବୀନଙ୍କ ପରେ କିଏ ସମ୍ଭାଳିବ ବିଜେଡିକୁ ଏହି ଚର୍ଚ୍ଚା ଭିତରେ ନବୀନ ନିବାସରେ ପହଞ୍ଚିଯାଇଚନ୍ତି ନବୀନଙ୍କ ଉତ୍ତରାଧିକାରୀ । ହଁ ଦର୍ଶକବନ୍ଧୁ ଶୁଣିକି ଆଶ୍ଚଯ୍ୟ ହେଉଥିଲେ ବି କଥା ଟା ସତ । ନବୀନ ପଟ୍ଟନାୟକଙ୍କ ରକ୍ତର ସମ୍ପର୍କ ତଥା ତାଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣ ପଟ୍ଟନାୟକ ଏବେ ନବୀନ ନିବାସରେ । ନବୀନ ପଟ୍ଟନାୟକଙ୍କ ସାହାରା ତାଙ୍କ ପୁତୁରା ଅରୁଣ ପଟ୍ଟନାୟକ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଟିକିଏ ନଜର ପକାନ୍ତୁ ଏହି ଫଟୋ ଉପରେ ଇଏ ହେଉଛନ୍ତି ନବୀନ ପଟ୍ଟନାୟକଙ୍କ ନିଜ ପୁତୁରା ଅରୁଣ ପଟ୍ଟନାୟକ । ଦୁହିଁଙ୍କ ଭିତରେ ରହିଛି ରକ୍ତ ସମ୍ପର୍କ । ଯେତେବେଳେ ନବୀନଙ୍କ ଉତ୍ତରାଧିକାରୀକୁ ନେଇ ପ୍ରଶ୍ନ ଉଠିଲା ସେତେବେଳେ ସେ ଦିଲ୍ଲୀରୁ ନବୀନ ନିବାସ ଅଭିମୁଖେ ଆସିଛନ୍ତି । ଯାହା ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଲା । ଗତକାଲି ସନ୍ଧ୍ୟାରେ ପାଣ୍ଡିଆନଙ୍କ ସହିତ ନବୀନ ନିବାସରେ ପହଞ୍ଚିଛନ୍ତି ଅରୁଣ ପଟ୍ଟନାୟକ । ତେବେ ବିଜେଡିର କିଭଳି ବିପର୍ଯ୍ୟୟ ପାଇଁ ଭିକେ ପାଣ୍ଡିଆନଙ୍କୁ ଦାୟୀ କରାଯାଉଥିବାବେଳେ ଅରୁଣଙ୍କ ଅଚାନକ ଭୁବନେଶ୍ୱର ଆଗମନ ରାଜନୀତିକୁ ଆହୁରି ଉଷ୍ମ କରିଦେଇଛି । ତେବେ ନବୀନଙ୍କ ଉତ୍ତରାଧିକାରୀ ହୋଇ ଅରୁଣ ବିଜେଡିର ନେତ୍ୱତ୍ୱ ନେବେ ନା ନବୀନଙ୍କୁ ସାନ୍ତ୍ୱାନା ଦେଇ ପୁଣିଥରେ ଦିଲ୍ଲୀ ଫେରିଯିବେ ତାହାକୁ ନେଇ କଳ୍ପନା ଜଲ୍ପନା ଲାଗି ରହିଛି ।

author

Related Articles

Leave a Reply

Your email address will not be published. Required fields are marked *