ବିଜେପି ଛାଡି ପସ୍ତଉଛନ୍ତି କି ଲେଖାଶ୍ରୀ ?

ବିଜେପି ଛାଡି ପସ୍ତଉଛନ୍ତି କି ଲେଖାଶ୍ରୀ ?

2024 ନିର୍ବାଚନ ବଦଳେଇ ଦେଲା କେତେ ନେତାଙ୍କ ଭାଗ୍ୟ । ଓଡିଶାରେ ଆଣିଲା ପରିବର୍ତ୍ତନର ଏକ ନୂଆ ଦିଗ । ହଁ ଦର୍ଶକବନ୍ଧୁ ଏଣିକି ଆଉ ନବୀନ ପଟ୍ଟନାୟକ ଓଡିଶାର ମୁଖ୍ୟମନ୍ତ୍ରୀ ନୁହଁନ୍ତି ବରଂ ଭାରତୀୟ ଜନତା ପାର୍ଟି ସରକାର ଗଢିବାକୁ ଯାଉଛି । ଯଦି ଆମେ ଟିକିଏ 2024 ନିର୍ବାଚନ ଉପରେ ନଜର ପକାଇବା ଟିକେଟ ଘୋଷଣା ହେବାଠୁ ଯେ ନିର୍ବାଚନ ସରିବା ପର୍ଯ୍ୟନ୍ତ ତିନି ରାଜନୈତିକ ଦଳମାନଙ୍କର ଚାଲିଥିଲା ଘନ ଘନ ମିଶ୍ରଣ ପର୍ବ । ଏ ଦଳରୁ ସେ ଦଳକୁ ଡିଆଁ ମାରୁଥିଲେ ନେତା ଓ କର୍ମୀ । ତେବେ ଯଦି ଲେଖାଶ୍ରୀ ସାମନ୍ତସିଂହାରଙ୍କ କଥା ଦେଖିବା ଭାରତୀୟ ଜନତା ପାର୍ଟିର ସେ ଜଣେ ପାୱାରଫୁଲ ନେତ୍ରୀ ଥିଲେ । କିନ୍ତୁ 10ବର୍ଷ ଦଳରେ କାମ କରିବା ସତ୍ତ୍ୱେ ତାଙ୍କୁ ଭାରତୀୟ ଜନତା ପାର୍ଟି ତରଫରୁ ଟିକେଟ ମିଳିନଥିଲା । ଯେଉଁଥିପାଇଁ ସେ ବିଜେପି ଛାଡି ବିଜେଡିରେ ସାମିଲ ହେଲେ ଏବଂ ବିଜେଡି ଟିକେଟରେ ବାଲେଶ୍ୱର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିଲେ । କିନ୍ତୁ ଶେଷରେ ବିଜେପି ହେଭିୱେଟ ପ୍ରତାପ ଷଡଙ୍ଗୀଙ୍କ ଆଗରେ ହାର ମାନିଗଲେ ଲେଖାଶ୍ରୀ ସାମନ୍ତସିଂହାର । ଜୋରଦାର ପ୍ରଚାର କଲେ ବାଲେଶ୍ୱରରେ ନିଜର ଜନସମ୍ପର୍କ ବୃଦ୍ଧି କଲେ ଶେଷରେ ନିର୍ବାଚନରେ ଧୂଳିଚାଟିଲେ ଲେଖାଶ୍ରୀ । ଭାରତୀୟ ଜନତା ପାର୍ଟିରେ ଥିଲେ ହୁଏତ ଲେଖାଶ୍ରୀ ଆଜି ସରକାର ଗଢିବାର ଖୁସି ମନାଉଥାନ୍ତେ । କିନ୍ତୁ ସେ ବିଜେଡିରେ ମିଶିବା ଏବଂ ବିଜେଡିର ଏଭଳି ଶୋଚନୀୟ ପରାଜୟ ପରେ ବିଜେଡିରେ କାହିଁକି ମିଶିଲେ ପସ୍ତାଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ଲେଖା ଦିଦିଙ୍କ ଲେଖା ପ୍ରତାପ ନନା ଛିଡାଇସାରିବା ପରେ ଏବେ କଣ ହେବ ଲେଖାଶ୍ରୀଙ୍କ ଆଗାମୀ ନିଷ୍ପତ୍ତି । ପୁଣିଥରେ ଭାରତୀୟ ଜନତା ପାର୍ଟିକୁ ଫେରିଯିବେ ନା ବିଜେଡିରେ ରହି ନିଜର ରାଜନୈତିକ କ୍ୟାରିୟର ବନେଇବେ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *