ଅମରଙ୍କ ଅଭିଶାପରେ ମାଟି କାମୁଡି ପଡିଲେ ବର୍ଷା !

ଅମରଙ୍କ ଅଭିଶାପରେ ମାଟି କାମୁଡି ପଡିଲେ ବର୍ଷା !

24 ନିର୍ବାଚନର ମଇଦାନରେ ଥିଲେ ଅନେକ ନେତା,ଅଭିନେତା ଓ ଅଭିନେତ୍ରୀ । କାହାର ଭାଗ୍ୟ ଚମକିଛି ତ ଆଉ କିଏ ମାଟି କାମୁଡି ତଳେ ପଡିଛି । ତା ମଧ୍ୟରୁ ଜଣେ ହେଲେ ବିଜେଡି ବଡଚଣା ବିଧାୟକ ପ୍ରାର୍ଥୀନୀ ବର୍ଷା ପ୍ରିୟଦର୍ଶୀନୀ । ଗ୍ଲାମର ଦୁନିଆରୁ ପାଦ କାଢି ରାଜନୀତିକୁ ଏଣ୍ଟ୍ରି କରିଥିଲେ ହେଲେ ଶେଷରେ ପରାଜୟ ଗ୍ରହଣ କରିବାକୁ ପଡିଲା । ବିଜୁ ଜନତା ଦଳରେ ଯୋଗ ଦେଉ ଦେଉ ବଡଚଣା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ । ବିଜେଡିର ଅମର ଶତପଥୀଙ୍କ ଟିକେଟ କାଟି ବର୍ଷା ପ୍ରିୟଦର୍ଶିନୀଙ୍କୁ ଦଳ ପ୍ରାର୍ଥୀ କରାଇଲା । କିନ୍ତୁ କାମ ଦେଲାନି ବର୍ଷାଙ୍କ ଗ୍ଲାମର କ୍ରେଜ । ମାଟିର ପୁଅ ଆଗରେ ଫିକା ପଡିଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି । ନା ରାଜନୀତିରେ ନିଜର କ୍ୟାରିୟର କରିପାରିଲେ ନା ନିଜର ସାଂସାରିକ ଜୀବନରେ ଖୁସିରେ ରହିପାରିଲେ । ଚର୍ଚ୍ଚା ହେଉଛି ବିଜେଡି ବରିଷ୍ଠ ନେତା ଅମର ଶତପଥୀଙ୍କ ଟିକେଟ କାଟିଥିବାରୁ ସେଠାରେ ପରାଜୟ ବରଣ କରିବାକୁ ପଡିଲା । ବିଜେଡିର ଦୁର୍ଗ ହୋଇ ରହିଥିବା ବଡଚଣାରୁ ଲାଗାତାର ହ୍ୟାଟ୍ରିକ କରିଆସୁଥିଲେ ଅମର ଶତପଥୀ କିନ୍ତୁ ଚଳିତ ନିର୍ବାଚନରେ ଅମରଙ୍କ ଟିକେଟ କାଟି ବର୍ଷାଙ୍କୁ ପ୍ରାର୍ଥୀ କରାଇବା ବିଜେଡି ପାଇଁ ମହଙ୍ଗା ପଡିଲା । ଯାହା ଫଳରେ ପ୍ରଥମ ଥର ପାଇଁ ବଡଚଣାରେ ବିଜେଡିକୁ ବିପର୍ଯ୍ୟୟ ସାମ୍ନା କରିବାକୁ ପଡିଲା । ଅଭିନେତ୍ରୀ ଭାବରେ ବର୍ଷାଙ୍କର କ୍ରେଜ କାମ ଦେଲାନାହିଁ ବରଂ ମାଟିର ପୁଅ ତଥା ବିଜେପି ବିଧାୟକ ପ୍ରାର୍ଥୀ ଅମର ନାୟକଙ୍କ ଉପରେ ଭରସା କଲେ ବଡଚଣା ବାସୀ । ଟେଲି ଦୁନିଆରୁ ଯେଉଁ ଆଶା ଭରସା ନେଇ ବିଜେଡିକୁ ଆସିଥିଲେ ଶେଷରେ ଧୂଳିସାତ ହୋଇଯାଇଛି ବର୍ଷାଙ୍କ ସବୁ ସ୍ୱପ୍ନ । ବଡଚଣାରୁ ବିଧାୟିକା ହୋଇ ରାଜନୀତି କରିବାର ସ୍ୱପ୍ନ ଆଜି ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ଚର୍ଚ୍ଚା ହେଉଛି ବର୍ଷାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବଡଚଣାରେ ବହୁ ଚର୍ଚ୍ଚା ହେଉଥିଲା ଯାହା ବର୍ଷାଙ୍କ ଭୋଟ ମାଇନସ କରିବାର ଗୋଟିଏ ମୁଖ୍ୟ କାରଣ ଥିଲା । ତେବେ ବିଜେଡିର ଏଭଳି ଶୋଚନୀୟ ପରାଜୟ ପରେ କଣ ହେବ ଅଭିନେତ୍ରୀଙ୍କ ଆଗାମୀ ନିଷ୍ପତ୍ତି ।

author

Related Articles

Leave a Reply

Your email address will not be published. Required fields are marked *