ମୁଖ୍ୟମନ୍ତ୍ରୀ ରେସରୁ ହଟିଲେ ଧର୍ମେନ୍ଦ୍ର ପ୍ରଧାନ !

ମୁଖ୍ୟମନ୍ତ୍ରୀ ରେସରୁ ହଟିଲେ ଧର୍ମେନ୍ଦ୍ର ପ୍ରଧାନ !

ମୁଖ୍ୟମନ୍ତ୍ରୀ ରେସରୁ ହଟିଲେ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀ ବଦଳରେ କେନ୍ଦ୍ରମନ୍ତ୍ରୀରେ ହିଁ ସୀମିତ ରହିବେ ସମ୍ବଲପୁର ସାଂସଦ । ହଁ ଆଜ୍ଞା. ଏଭଳି କିଛି ଚର୍ଚ୍ଚା ଏବେ ରାଜ୍ୟ ରାଜନୀତିରେ ମୁଣ୍ଡ ଟେକିଛି । ନିର୍ବାଚନର ଫଳାଫଳ ବାହାରିବା ପରେ ବିଜେପିରୁ ଓଡିଶାର ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ସବୁଆଡେ ଆଲୋଚନା । କାହାକୁ ବିଜେପି ଟପ ପୋଷ୍ଟରେ ରଖିବ ଆଉ କିଏ କିଏ ମୋଦିଙ୍କ ତୃତୀୟ ପାଳି ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବେ ସେ ସମ୍ପର୍କରେ ଚର୍ଚ୍ଚା ଲାଗି ରହିଥିଲା । କିନ୍ତୁ ଏବେ ଧୀରେ ଧୀରେ ତାହା ସ୍ପଷ୍ଟ ହେବାରେ ଲାଗିଛି । ତେବେ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ଲଗାତାର ତୃତୀୟ ଥର ପାଇଁ ସେ ଏହି ପଦ ସମ୍ଭାଳିବାକୁ ଯାଉଛନ୍ତି । ମୋଦିଙ୍କ ସହ ତାଙ୍କ ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ମଧ୍ୟ ଶପଥ ନେବେ । ମୋଦିଙ୍କ ନେତୃତ୍ୱାଧୀନ ଦଳ ଏନଡିଏର ୫୨ ଜଣ ସଦସ୍ୟଙ୍କ ମଧ୍ୟରୁ ୫୫ ଜଣ ସାଂସଦ ମନ୍ତ୍ରୀ ଭାବେ ଆଜି ଶପଥ ନେବାକୁ ଯାଉଥିବା ଜଣାପଡିଛି । କିନ୍ତୁ କେଉଁ ମାନଙ୍କୁ ମନ୍ତ୍ରୀ ପଦ ମିଳିବ କାହାକୁ ନାଇଁ ସେନେଇ କିଛି ବି ଘୋଷଣା ହୋଇନି । ତେବେ ଏହି ନବ ନିର୍ବାଚିତ ସାଂସଦ ମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପିଏମଓରୁ ଏକ ଫୋନ କଲ୍ ଯାଇଥିବା ଜଣାପଡିଛି । ଏହି ନେତାମାନଙ୍କ ମଧ୍ୟରେ ଓଡିଶାରୁ ମଧ୍ୟ କିଛି ନେତାଙ୍କୁ ଫୋନକଲ୍ ଯାଇଥିବା ସୂଚନା ରହିଛି । ଯେଉଁଥିରେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ପୂର୍ବତନ ମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଏବଂ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ସାମିଲ ଅଛନ୍ତି । ଗତ ସରକାରରେ ଅଶ୍ୱିନୀ ବୈଷ୍ଣବ ରେଳ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ସେହିପରି ଜୁଏଲ ଓରାମ ମୋଦିଙ୍କ ପ୍ରଥମ ପାଳି ସରକାରରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଥିଲେ । କିନ୍ତୁ ୨୦୧୯ ସରକାର ଗଠନ ବେଳେ ସେ ମନ୍ତ୍ରୀ ମଣ୍ଡଳରେ ସାମିଲ ନଥିଲେ । କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ ଉଭୟ ପାଳିରେ କେନ୍ଦ୍ରମନ୍ତ୍ରୀ ଭାବେ ସ୍ଥାନିତ ହୋଇଥିଲେ । ଆଉ ତୃତୀୟ ପାଳିରେ ମଧ୍ୟ ସେ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଏକ ବଡ ପଦରେ ରହିବେ ବୋଲି ଆଲୋଚନା ଚାଲିଛି । ତେବେ ଏନେଇ କିଛି ବି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଦେଖାଯାଉ ଆଜି ମୋଦିଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ଧ ର୍ମେନନ୍ଦ୍ର ପ୍ରଧାନ ଶପଥ ନେଉଛନ୍ତି ନା ମୁଖ୍ୟମନ୍ତ୍ରୀ ରେସରେ ଆଗକୁ ବଢୁଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *