ପାଣ୍ଡିଆନଙ୍କ ବାସଭବନ ଆଗରୁ ହଟିଲା ବ୍ୟାରିକେଡ

ପାଣ୍ଡିଆନଙ୍କ ବାସଭବନ ଆଗରୁ ହଟିଲା ବ୍ୟାରିକେଡ

ରାଜନୀତି ଛାଡିବା ପରେ ଭିକେ ପାଣ୍ଡିଆନଙ୍କ ବାସଭବନ ଆଗରୁ ବ୍ୟାରେକେଡ ହଟାଯାଇଛି । ଭୁବନେଶ୍ୱର ୟୁନିଟ୍ ୬ରେ ଥିବା କ୍ୱାର୍ଟର ନଂ ଭିଆଇଆର୭ ଆଗରେ କରାଯାଇଥିବା ବ୍ୟାରିକେଡ ଆଜି ହଟିଛି । ବିଜେଡି ସରକାରରେ ଥିବା ବେଳେ ପାଣ୍ଡିଆନଙ୍କ ସହ ତାଙ୍କ ବାସ ଭବନକୁ ମଧ୍ୟ କଡା ସୁରକ୍ଷା ବଳୟରେ ରଖାଯାଉଥିଲା । ରାତି ଦିନ ସୁରକ୍ଷାକର୍ମୀ ତାଙ୍କ ବାସ ଭବନକୁ ଜଗି ରହୁଥିଲେ । କିନ୍ତୁ ଏବେ ତାଙ୍କ ବାସଭବନ ଆଗରେ ପୋଲିସଙ୍କର ଚିହ୍ନବର୍ଣ୍ଣ ନାହିଁ । ଖାଲି ସେତିକି ନୁହେଁ ପାଣ୍ଡିଆନଙ୍କ ବାସଭବନକୁ ସୁରକ୍ଷା ଦେବା ପାଇଁ ସର୍ବସାଧାରଣ ରାସ୍ତାରେ ବ୍ୟାରିକେଡ କରାଯାଇଥିଲ।। କିନ୍ତୁ ଏବେ ଏହି ବ୍ୟାରିକେଡକୁ ତାଙ୍କ ବାସଭବନରୁ ହଟାଇଦିଆଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *