ରାଜ୍ୟବାସୀଙ୍କୁ ଭଣ୍ଡେଇଦେଲା ମୌସୁମୀ

ରାଜ୍ୟବାସୀଙ୍କୁ ଭଣ୍ଡେଇଦେଲା ମୌସୁମୀ

ଓଡିଶା ଛୁଇଁଛି ମୌସୁମୀ । ପାଣିପାଗ ବିଭାଗର ଆକଳନ ଅନୁସାରେ ୪ ଦିନ ପୂର୍ବରୁ ମୌସୁମୀ ଓଡିଶାରେ ପ୍ରବେଶ କରିଛି । ରାଜ୍ୟରେ ମୌସୁମୀ ପବନ ବହୁଥିବା ଜାଣି ରାଜ୍ୟବାସୀ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରିଥିଲେ । ଅସହ୍ୟ ଗୁଳୁଗୁଳିରୁ ଏବେ ଟିକେ ତାଙ୍କୁ ଶାନ୍ତି ମିଳିବ ବୋଲି ଚାହିଁ ରହିଥିଲେ । କିନ୍ତୁ ଏହାର କିଛି ବି ପ୍ରଭାବ ଏଯାଏ ଅନୁଭୂତ ହୋଇନଥିବା ଜଣାପଡିଛି । ରାଜ୍ୟରେ ଏବେ ବି ଖରା ଓ ଗୁଳୁଗୁଳିରୁ ତ୍ରାହି ମିଳିନି । ସକାଳ ୮ଟା ରୁ ହିଁ ଖରାର ପ୍ରକୋପରୁ ନିସ୍ତାର ମିଳୁନି । ଅନ୍ୟପଟେ ଆସନ୍ତା ୨ ଦିନ ଭିତରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ବିଶେଷ କରି ପଶ୍ଚିମ ଓଡିଶାରେ ଗ୍ରୀଷ୍ମଲହରୀ ପ୍ରଭାବ ପୂବ ପରି ରହିବ ବୋଲି ସୂଚନା ମିଳିଛି । ଆଜିଠୁ ୧୨ ତାରିଖ ପର‌୍ୟ୍ୟନ୍ତ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମଲହରୀ ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଅନ୍ୟପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି । ଦକ୍ଷିଣ ଓଡ଼ିଶାରେ ମୌସୁମୀ ବାୟୁ ପ୍ରବେଶ କରିଛି । ଯାହାର ପ୍ରଭାବରେ ମାଲକାନଗିରି ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ମୌସୁମୀ ସକ୍ରିୟ ରହିଛି । ପର‌୍ୟ୍ୟାୟ କ୍ରମେ ରାଜ୍ୟର ଅନ୍ୟ ଅଞ୍ଚଳରେ ଏହା ସକ୍ରିୟ ହେବ ବୋଲି ସୂଚନା ମିଳିଛି। କିନ୍ତୁ ପଶ୍ଚିମ ଓଡିଶା ଏବଂ ଉପକୂଳରେ ଏବେ ବି ତାତିରେ ବ୍ରେକ ଲାଗିନଥିବାରୁ ଆଗାମୀ ୨୪ ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି ଓ ଗଞ୍ଜାମ ଜିଲ୍ଲାର ତାପମାତ୍ରା ୪୦ରୁ ୪୫ ଡିଗ୍ରୀ ପର‌୍ୟ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାପଡିଛି ।

author

Related Articles

Leave a Reply

Your email address will not be published. Required fields are marked *