ଖୁବଶୀଘ୍ର ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ୱାର

ଖୁବଶୀଘ୍ର ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ୱାର

ଖୁବଶୀଘ୍ର ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ୱାର । ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଆଉ ଦୁଇ ତିନି ଦିନ ମଧ୍ୟରେ ଭକ୍ତଙ୍କ ପାଇଁ ଚାରି ଦ୍ୱାର ଖୋଲାଯିବା ନେଇ ସୂଚନା ମିଳିଛି । ସିଂହଦ୍ୱାର ଭଳି ଅନ୍ୟ ଦ୍ୱାର ଗୁଡିକରେ ବି ବ୍ୟାରିକେଡ ହେବ । ଜୋତା, ଚପଲ, ବ୍ୟାଗର ରଖିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଅନ୍ୟପଟେ ଆଗକୁ ରଥ ଯାତ୍ରା ଆସୁଥିବାରୁ ସମସ୍ତ ପ୍ରସ୍ତୁତିକୁ ଜୋରଦାର ରଖାଯାଇଛି । ରଥ ଯାତ୍ରା ପାଇଁ ଶ୍ରୀମନ୍ଦିର ବାହାରେ କରାଯାଇଥିବା ଏସି ସେଡ୍ ଖୋଲାଯାଉଛି । କିଛି ମାସ ପୂର୍ବରୁ ହିଁ ଭକ୍ତଙ୍କୁ ଖରାରୁ ରକ୍ଷା କରିବା ପାଇଁ ଏସି ଟନେଲ କରାଯାଇଥିଲା । ହେଲେ ଏଥିରେ ରଥ ଯାତ୍ରା ପ୍ରକ୍ରିୟାରେ ସମସ୍ୟା ଉପୁଜିପାରେ ବୋଲି ଏସି ସେଡ୍ କୁ ଖୋଲାଯାଇଥିବା ସୂଚନା ରହିଛି ।

author

Related Articles

Leave a Reply

Your email address will not be published. Required fields are marked *