ନବୀନଙ୍କ ସହ ସମାନ ହୋଇପାରିବେ କି ମୋହନ ?

ନବୀନଙ୍କ ସହ ସମାନ ହୋଇପାରିବେ କି ମୋହନ ?

ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରିଛି । ପ୍ରଥମ ଥର ପାଇଁ 24 ବର୍ଷର ଶାସନରେ ପୂର୍ଣ୍ଣଚ୍ଛେଦ ପକାଇ ସରକାର ଗଢିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ଜଣେ ଆଦିବାସୀ ନେତା ତଥା କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ଭାରତୀୟ ଜନତା ପାର୍ଟି ମୁଖ୍ୟମନ୍ତ୍ରୀ ଘୋଷଣା କରିଛି । ଆଉ ସେ ଆଜି ବିଧିବଦ୍ଧ ଭାବେ ଶପଥ ନେବାକୁ ଯାଉଛନ୍ତି । ଗତ 24 ବର୍ଷ ଧରି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଓଡିଶାର ଶାସନ ଭାର ତୁଲାଉଥିଲେ । କିନ୍ତୁ ନିର୍ବାଚନରେ ପରାଜୟ ହେବା ବିଜୁ ଜନତା ଦଳ ହାତରୁ କ୍ଷମତା ଚାଲିଯାଇଛି ।  ଇସ୍ତଫା ଦେବା ପରେ ନବୀନ ପଟ୍ଟନାୟକ ପାଲଟିଯାଇଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ । ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ଇତିହାସ ରଚିବାକୁ ଯାଉଥିବା ବେଳେ ନିଜେ ଇତିହାସ ହୋଇଗଲେ । ଗତକାଲି ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେଲା ଆଉ ଏହାପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମିତି କିଛି କରିଛନ୍ତି । ହଁ ଦର୍ଶକବନ୍ଧୁ ଦୀର୍ଘ 24 ବର୍ଷ ଧରି ଓଡିଶାର ଶାସନ ଭାର ସମ୍ଭାଳୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ କେବଳ ବିଜେଡିର ସଭାପତି ସାଙ୍ଗକୁ ଜଣେ ସାଧାରଣ ବିଧାୟକ । ପ୍ରତିଷ୍ଠା ହେବା ପରଠାରୁ ପ୍ରଥମଥର ପାଇଁ ପରାଜୟ ଦେଖିଛି ବିଜୁ ଜନତା ଦଳ ।  ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାକୁ ଯାଉଥିବା ବେଳେ ନିଜର ସୋସିଆଲ ମିଡିଆ ପେଜକୁ ଚେଞ୍ଜ କରିଛନ୍ତି ନବୀନ ପଟ୍ଟନାୟକ । ଏବଂ ତାଙ୍କୁ ମଧ୍ୟ ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରଣ କରାଯାଇଛି । ତେବେ ଆଗକୁ ନୂଆ ଓଡିଶା ଗଢିବାରେ କେତେ ସଫଳ ହେଉଛନ୍ତି ବିଜେପି ସରକାର ଏବଂ ନବୀନ ବାବୁଙ୍କ ଭଳି ନୂଆ ମୁଖ୍ୟମନ୍ତ୍ରୀ ଲୋକପ୍ରିୟତା ପାଇପାରୁଛନ୍ତି କି ନାହିଁ ତାହା ଦେଖିବାକୁ ବାକ ରହିଲା ।

author

Related Articles

Leave a Reply

Your email address will not be published. Required fields are marked *