ନବୀନଙ୍କ ସୋସିଆଲ ମିଡିଆରୁ ହଟିଲା ମୁଖ୍ୟମନ୍ତ୍ରୀ ଟ୍ୟାଗ

ନବୀନଙ୍କ ସୋସିଆଲ ମିଡିଆରୁ ହଟିଲା ମୁଖ୍ୟମନ୍ତ୍ରୀ ଟ୍ୟାଗ

ରାଜ୍ୟରେ ସରିଯାଇଛି ନବୀନ ଯୁଗ । ଆଜିଠୁ ଆରମ୍ଭ ହେବ ମୋହନ ଯୁଗ । ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସହିତ ରାଜ୍ୟର ଭାର ନିଜ କାନ୍ଧକୁ ନେବେ ଶ୍ରୀ ମୋହନ ଚରଣ ମାଝୀ । ଏପଟେ ଦୀର୍ଘ ୨୪ ବର୍ଷ ଧରି ଓଡିଶାର ମୁଖ୍ୟମନ୍ତ୍ରୀ ନାଁ ରେ ପରିଚିତ ଥିବା ନବୀନ ପଟ୍ଟନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀରେ ପରିଣତ ହୋଇଛନ୍ତି । ଏପରିକି ନିଜ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ନିଜ ମୁଖ୍ୟମନ୍ତ୍ରୀ ଟ୍ୟାଗ ହଟାଇ କେବଳ ବିଜେଡିର ସଭାପତି ନବୀନ ପଟ୍ଟନାୟକ ଲେଖା ହୋଇଗଲାଣି । ନବୀନଙ୍କ ଏକ୍ସ ହ୍ୟାଣ୍ଡେଲରେ ଆଗରୁ ଲେଖାଥିଲା, ‘୨୦୦୦ ଠାରୁ ଓଡିଶା ମୁଖ୍ୟମନ୍ତ୍ରୀ’ ଏବଂ ଏହା ତଳକୁ ‘ ବିଜେଡି ଦଳର ସଭାପତି’ ମଧ୍ୟ ଲେଖାରହିଥିଲା । ଯାହା ଆଜି ଖାଲି ବିଜେଡି ସଭାପତି ରହିଥିବା ବେଳେ ୨୦୦୦ ଠାରୁ ମୁଖ୍ୟମନ୍ତ୍ରୀ ଟାଇଟେଲକୁ ହଟାଇ ଦିଆଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *