ଏମାନେ ହେଲେ ରାଜ୍ୟର ନୂଆ ସାମ୍ଭାବ୍ୟ ମନ୍ତ୍ରୀ …

ଏମାନେ ହେଲେ ରାଜ୍ୟର ନୂଆ ସାମ୍ଭାବ୍ୟ ମନ୍ତ୍ରୀ …

ଆଉ ମାତ୍ର କିଛି ସମୟର ଅପେକ୍ଷା । ଶପଥ ନେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏବଂ ତାଙ୍କ ସହ କିଛି ବିଧାୟକଙ୍କୁ ମଧ୍ୟ ମନ୍ତ୍ରୀ ପଦ ମିଳିପାରେ ବୋଲି ଆଶଙ୍କା ରହିଛି । ଏ ପଯ୍ୟନ୍ତ ପ୍ରାୟ ୭ରୁ ୧୦ ଜଣଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ପାଇଁ ଫୋନ କଲା ଯାଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ. ଗୋପାଳପୁର ବିଧାୟକ ବିଭୂତି ଜେନା, ଚିଲିକା ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ, ପାରାଦୀପ ବିଧାୟକ ସଂପଦ ସ୍ୱାଇଁ , ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ମୋରଡା ବିଧାୟକ କୃଷ୍ଣଚନ୍ଦ୍ର ମହାପାତ୍ର, ଉମରକୋର୍ଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, କୁଚିଣ୍ଡା ବିଧାୟକ ରବି ନାୟକ, ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ, ରଣପୁର ବିଧାୟିକା ସୁରମା ପାଢୀଙ୍କ ପାଖକୁ ଫୋନ କଲ୍ ଯାଇଥିବା ନେଇ ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *