ଖୋଲିଲା ଶ୍ରୀମନ୍ଦିର ଚାରିଦ୍ୱାର…

ଖୋଲିଲା ଶ୍ରୀମନ୍ଦିର ଚାରିଦ୍ୱାର…

ଶପଥ ନେଉ ନେଉ ନିଜ କାର୍ଯ୍ୟ ଆରମ୍ଭ କରିଦେଲେ ନୂଆ ମୁଖ୍ୟମନ୍ତ୍ରୀ ହଁ ଦର୍ଶକବନ୍ଧୁ କଥା ଦେଇ ନିଜ କଥା ରଖିଲେ ନୂଆ ସରକାର । ଭାରତୀୟ ଜନତା ପାର୍ଟି ତାର ପ୍ରତିଶ୍ରୁତି ପାଳନ କରିଛି ଏବଂ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲାଯାଇଛି । ମଙ୍ଗଳ ଆଳତି ପରେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ବି ଏହି ସମୟରେ ଉପସ୍ଥିତ ରହିଥିଲେ । ଚାରିଦ୍ୱାର ଖୋଲିବା ପରେ ଭକ୍ତଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ଦେଖାଯାଇଛି । ଶ୍ରୀମନ୍ଦିରକୁ ପ୍ରବେଶ କରି ଭକ୍ତ କରୁଛନ୍ତି ଶ୍ରୀଜିଉଙ୍କ ଦର୍ଶନ । ବିନା ବାଧାରେ ମନ୍ଦିର ଭିତରକୁ ଯାଉଛନ୍ତି ହଜାର ହଜାର ଭକ୍ତ । ତେବେ ବହୁ ଦିନ ଧରି ଭକ୍ତମାନେ ଏହି ଦାବି କରିଆସୁଥିଲେ । ଯାହା ଆଜି ପୂରଣ ହୋଇଛି । ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ନିର୍ବାଚନ ପ୍ରଚାର ବେଳେ ପ୍ରସଙ୍ଗ ପାଲଟିଥିଲା । ବିଜେପି ଏହି ପ୍ରସଙ୍ଗକୁ ବାରମ୍ବାର ଉଠାଇଥିଲା । ଏହାସହ ନୂଆ ସରକାର ଆସିବା ପରେ ହିଁ ଶ୍ରୀମନ୍ଦିର ୪ ଦ୍ୱାର ଭକ୍ତଙ୍କ ପାଇଁ ଖୋଲାଯିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଥିଲା । ମୋହନ ମାଝୀଙ୍କ ସରକାର ଶପଥ ଗ୍ରହଣ ପରେ ଏହି ପ୍ରତିଶ୍ରୁତି ପ୍ରଥମେ ପାଳନ କରିଛନ୍ତି । ଶପଥ ଗ୍ରହଣର ପରଦିନ ଅର୍ଥାତ୍ ଆଜିଠାରୁ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିଛି । ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଓ ଖୁସି ଭରିଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *