ନବୀନଙ୍କୁ ଦେଖି କାହିଁକି ଛିଡା ହେଲେ ବିଜେପି ନେତା ?

ନବୀନଙ୍କୁ ଦେଖି କାହିଁକି ଛିଡା ହେଲେ ବିଜେପି ନେତା ?

କଥା ଦେଇ କଥା ରଖିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହଁ ଦର୍ଶକବନ୍ଧୁ ଗତକାଲି ବିଜେପି ସରକାରର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶପଥ ଗ୍ରହଣ ସରିଯାଇଛି  ଏବଂ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ବିଜେପିର ଟାଣୁଆ ଆଦିବାସୀ ନେତା ମୋହନ ଚରଣ ମାଝୀ । ନୂଆ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ରଘୁବର ଦାସ ଜନତା ମଇଦାନଠାରେ ଶପଥ ଗ୍ରହଣ କରାଇଛନ୍ତି । ଏହି ଶପଥ ଗ୍ରହଣ ସମାରୋହକୁ ବିଜେପି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ମଧ୍ୟ ହୋଇଥିଲା । ଆଉ ନିଜର ଦୁଃଖକୁ ଚାପି ହସି ହସି ଯାଇ ସମ୍ଭାମଞ୍ଚରେ ପହଞ୍ଚିଗଲେ ଓଡିଶାବାସୀଙ୍କ ହୃଦୟରେ ଆଜି ବି ରହିଥିବା ନବୀନ ପଟ୍ଟନାୟକ । ଶପଥ ପରେ ଏକ ନୂଆ ସରକାର ଦେଖିଛନ୍ତି ଓଡିଶାବାସୀ । ଆଜିଠାରୁ ଆରମ୍ଭ ହୋଇଯାଇଛି ବିଜେପି ସରକାର । ତେବେ ଚର୍ଚ୍ଚା ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଯେତିକି ଆଗ୍ରହ ଥିଲା ଆଉ ତାଠୁ ଅଧିକା ଆଗ୍ରହ ଥିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିବା ପାଇଁ । ନବୀନ ପଟ୍ଟନାୟକ ମଞ୍ଚ ଉପରକୁ ଆସୁ ଆସୁ ମଞ୍ଚ ଉପରେ ଥିବା ବିଜେପିର ସମସ୍ତ ବଡ ବଡ ନେତୃବୃନ୍ଦ ନବୀନ ପଟ୍ଟନାୟକଙ୍କୁ ଦେଖି ଛିଡା ହୋଇଯାଇଥିଲେ । ଏବଂ ତାଙ୍କୁ ସ୍ୱାଗତ କରିଥିଲେ । ଏବେ ଆଉ ନବୀନଙ୍କ ହାତରେ ଓଡିଶାର ଶାସନ ଭାର ନାହିଁ । ବରଂ ରାଜ୍ୟରେ ଏବେ ଭାରତୀୟ ଜନତା ପାର୍ଟି ସରକାର ଗଢିଛି । ନୂଆ ସରକାର ହେଲା ନୂଆ ମୁଖ୍ୟମନ୍ତ୍ରୀ ଆସିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ଲୋକଙ୍କ ହୃଦୟରେ ରହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଇଥିପାଇଁ ତ ତାଙ୍କୁ ଏତେ ସମ୍ମାନ ମିଳୁଛି ।

author

Related Articles

Leave a Reply

Your email address will not be published. Required fields are marked *