ପହିଲି ରଜରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ…

ପହିଲି ରଜରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ…

କଥାରେ ଅଛି ବାର ମାସରେ ତେର ପର୍ବ । ସେହିଭଳି ଓଡିଶାର ଗୋଟିଏ ମୁଖ୍ୟ ପର୍ବ ହେଉଛି ରଜପର୍ବ । ଆଜି ପହିଲି ରଜ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ନୂଆ ସରକାର ଆସିବା ପରେ ପ୍ରତିଶ୍ରୁତି ମୁତାବକ ଶ୍ରୀମନ୍ଦିର ଚାରିଦ୍ୱାରକୁ ଖୋଲାଯାଇଛି । ଚାରିଦ୍ୱାର ଖୋଲାଯିବା ପରେ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଯେପରି ୪ ଦ୍ୱାରପଟେ ଯାଇ ଭକ୍ତ ସୁରୁଖୁରୁରେ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ ସେଥିପାଇଁ ମଧ୍ୟ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହାକୁ ନେଇ ଭକ୍ତଙ୍କ ମହଲରେ ସନ୍ତୁଷ୍ଟି ପ୍ରକାଶ ପାଇଛି । ଦର୍ଶନ ପାଇଁ ବ୍ୟାରିକେଡରେ ଘଣ୍ଟା ଘଣ୍ଟା ଧରି ଛିଡା ହୋଇରହୁଥିବା ଶ୍ରଦ୍ଧାଳୁ ଆଶ୍ୱସ୍ତ ହୋଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *