ଜନତାଙ୍କ ଦୁଃଖରେ ଦୁଃଖୀ ହେଲେ ବିଧାୟକ ପ୍ରଦ୍ୟୁମ୍ନ ନାୟକ

ଜନତାଙ୍କ ଦୁଃଖରେ ଦୁଃଖୀ ହେଲେ ବିଧାୟକ ପ୍ରଦ୍ୟୁମ୍ନ ନାୟକ

ଦୁର୍ଘଟଣା,ଦୁର୍ବିପାକ କେତେବେଳେ ଯେ ହଠାତ ମାଡିଆସବ ତାହା କହିହେବ ନାହିଁ । ସେହିପରି ଗତକାଲି ରାତିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଯାଇଛି । ହଁ ଦର୍ଶକବନ୍ଧୁ ସେହି ଦୁର୍ଘଟଣାରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସଙ୍ଗେ ସଙ୍ଗେ ପହଞ୍ଚିଯାଇଛନ୍ତି ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ । ଗତକାଲି କଟକରୁ ବାଲିଗୁଡା ଯାଉଥିବା ସରକାରୀ ବସ ଦୁର୍ଘଟଣା ଗସ୍ତ ହୋଇଛି ।  ବେଲଗୁଣ୍ଠା ଥାନା ନିକଟ ବାଣତୁମ୍ଭ ଠାରେ ଏକ ଗଛକୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଛି ଏହି ସରକାରୀ ବସଟି । ଏଥିରେ ଆଠଜଣ ଯାତ୍ରୀ ଗୁରୁତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଛି । 30ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଭଞ୍ଜନଗର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏପରି ପରିପ୍ରେକ୍ଷୀରେ ଭଞ୍ଜନଗରର ନୂତନ ବିଧାୟକ ତାଙ୍କର କର୍ତ୍ତବ୍ୟ କରିଛନ୍ତି । ଚିକିତ୍ସିତ ହେଉଥିବା ଆହତମାନଙ୍କୁ ଭଞ୍ଜନଗର ବିଜେପି ବିଧାୟକ ପ୍ରଦ୍ୟୁମ୍ନ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ଆହତ ବ୍ୟକ୍ତିଙ୍କର ଭଲମନ୍ଦ ବୁଝିବା ସହିତ ସେମାନଙ୍କ ପାଇଁ ସ୍ୱତ୍ୱନ୍ତ୍ର ବ୍ୟବସ୍ଥା କରିଛନ୍ତି । ଯାହା ସାଧାରଣରେ ଏକ ଆଲୋଡନ ସୃଷ୍ଟି କରିଛି ଯେ କିଭଳି ଭାବେ ଜଣେ ବିଧାୟକ ରାଜନୀତି ମାଧ୍ୟମରେ ଜନତାଙ୍କ ସେବା କରୁଛନ୍ତି ଏବଂ ସାଧାରଣ ଜନତାଙ୍କ ପ୍ରିୟ ହୋଇପାରୁଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *