ବାହୁବଳୀଙ୍କୁ କିଏ ପଠାଇଥିଲା ଜେଲ ?

ବାହୁବଳୀଙ୍କୁ କିଏ ପଠାଇଥିଲା ଜେଲ ?

ରାଜ୍ୟରେ ବିଜେପି ସରକାର ହେବା ପରେ ବଦଳିଯାଇଛି ଓଡିଶାର ପାଣିପାଗ । ନୂତନ ସରକାର ସହିତ ଆସୁଛି ନୂଆ ନୂଆ ନିୟମ । ବିଜେଡିର ଗଡ ଥିବା କେତେକ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ନିଜର ସତ୍ତା ହରାଇଛି । ସେହପରି ଯଦି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ କଥା କହିବା ଏହା ବିଜେଡିର ଗଡ ହୋଇରହିଥିବା ବେଳେ ଚଳିତ ଥର ବିଜେଡିର ଏହି ଦୁର୍ଗକୁ ଭାଙ୍ଗିଦେଇଛନ୍ତି ବାହୁବଳୀ ନେତା ପ୍ରଶାନ୍ତ ଜଗଦ୍ଦେବ । ଶଙ୍ଖ ଟିକେଟରୁ ନିର୍ବାଚନ ଲଢୁଥିବା ପ୍ରଶାନ୍ତ ଜଗଦ୍ଦେବ ଚଳିତ ଥର ବିଜେପିରେ ସାମିଲ ହୋଇ ପଦ୍ମ ଟିକେଟରେ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି । ତାଙ୍କୁ ହରେଇବା ପାଇଁ ବିଜେଡି ଯେତେ ବି ରଣନୀତି କରିଥିଲେ ସୁଦ୍ଧା ଫେଲ ମାରିଥିଲା । ତେବେ ନିର୍ବାଚନ ଦିନ ଇଭିଏମ ଭଙ୍ଗାରୁଜା ଘଟଣାକୁ ନେଇ ଜେଲ ଯାଇଥିବା ବାହୁବଳୀ ନେତା ପ୍ରଶାନ୍ତ ଜଗଦ୍ଦେବଙ୍କ ପଛରେ ଏପରି ଷଡଯନ୍ତ୍ର କରିବାର ମାଷ୍ଟର ମାଇଣ୍ଡ ଏବେ ପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ଭାରତୀୟ ଜନତା ପାର୍ଟି ସିଧାସଳଖ ବିଜୁ ଜନତା ଦଳ ଉପରକୁ ଆଙ୍ଗୁଠି ଉଠାଉଥିବାବେଳେ ଏବେ ପର୍ଯ୍ୟନ୍ତ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ । ତେବେ ଏହାରି ଭିତରେ ବାହୁବଳୀ ନେତା ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅନ୍ତରୀଣ ଜାମିନ ମିଳିସାରିଛି । ଜେଲରୁ ଫେରିବା ପରେ ବିଜେଡି ନେତାଙ୍କ ଗୁମର ଖୋଲୁଛନ୍ତି ବାହୁବଳୀ ନେତା ତଥା ଖୋର୍ଦ୍ଦା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଲୋକଙ୍କୁ ମାଡ ମାରି ହଟହଟା ହେଉଥିବା ପ୍ରଶାନ୍ତ ଏବେ ଜନତାଙ୍କ ପ୍ରିୟପାତ୍ର ପାଲଟିଛନ୍ତି । ତେବେ ଆଗକୁ ରାଜନୀତିରେ ବାହୁବଳୀ ନେତା ନିଜକୁ କେତେ ଲୋକପ୍ରିୟ କରାଇପାରୁଛନ୍ତି ଏବଂ କେତେ ଜନପ୍ରିୟ ହେଉଛନ୍ତି ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *