ମଦ ବନ୍ଦ ହେବା ନେଇ ବଡ ଅପଡେଟ

ମଦ ବନ୍ଦ ହେବା ନେଇ ବଡ ଅପଡେଟ

ଆଜିକାଲିର ଯୁବପିଢିଙ୍କୁ ନିଶାଦ୍ରବ୍ୟ ଅଧିକା ଘାରୁଛି । କେବଳ ଯୁବପିଢି ନୁହେଁ ସମସ୍ତଙ୍କ ପାଇଁ ନିଶାଦ୍ରବ୍ୟ ଏକ ନିତ୍ୟବ୍ୟବହାରଯ୍ୟ ଦ୍ରବ୍ୟ ପାଲଟି ଯାଇଛି । ତେବେ ଏହି ନିଶା ଦ୍ରବ୍ୟ ବା ମଦକୁ ନେଇ ଆସିଛି ବଡ ଅପଡେଟ । ଯେପରି ଆପଣାମାନେ ଜାଣିଥିବେ ଯେ ଗତକିଛିଦିନ ତଳେ ମଦ ବନ୍ଦ ହୋଇଯିବା ନେଇ ଏକ ଖବର ଆସିଥିଲା ଏବଂ ସମସ୍ତଙ୍କ ମଧ୍ୟରେ ଚହଳ ପଡିଯାଇଥିଲା ଯେ ରାଜ୍ୟରେ ନୂଆ ସରକାର ଆସିବା ପରେ ମଦ ବନ୍ଦ ହୋଇଯିବ । କିନ୍ତୁ ପ୍ରକାଶ ପାଇଥିବା ଖବରଟି ସମ୍ପୂର୍ଣ୍ଣ ମିଥ୍ୟା । ସୂଚନା ଓ ଲୋକସମ୍ପର୍କ ବିଭାଗ ଏ ନେଇ ସ୍ପଷ୍ଟ ସୂଚନା ଜାରି କରିଛି ଏବଂ ଏଭଳି ଫେକ ଖବର ଠାରୁ ସତର୍କ ରହିବା ପାଇଁ ସୂଚନା ଦେଇଛନ୍ତି । 24 ବର୍ଷର ସରକାରରେ ପୂର୍ଣ୍ଣଚ୍ଛେଦ ପଡି ବିଜେପି ସରକାର ଗଢିବା ପରେ ଯେହେତୁ ନୂଆ ନୂଆ ନିୟମ ଲାଗୁ କରାଯାଉଛି ସେହିଭଳି ଏହି ଖବରଟିକୁ ମଧ୍ୟ ସତ ବୋଲି ଭାବି ନେଇଥିଲେ ସାଧାରଣ ଲୋକେ । ପରନ୍ତୁ ମଦ ବନ୍ଦ ହେବା ନାହିଁ ରାଜ୍ୟ ସରକାରଙ୍କ ତରଫରୁ ସେଭଳି କିଛି ସୂଚନା ଆସିନାହିଁ । କିନ୍ତୁ ନୂଆ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗି ଆସିଥିବା ଖବରଟିକୁ ନେଇ ସାରା ରାଜ୍ୟରେ ମଦ ବନ୍ଦ ହେବା ନେଇ ଚହଳ ପଡିଯାଇଥିଲା । ଯେଉଁଥିରେ ଲେଖା ଯାଇଥିଲା କି ଓଡିଶା ସରକାରଙ୍କ ବଡ ନିଷ୍ପତ୍ତି ଯେ ଖୁବଶୀଘ୍ର ରାଜ୍ୟରେ ଦେଶୀ ଓ ବିଦେଶୀ ମଦ ବନ୍ଦ ହେବାକୁ ଯାଉଛି । ସ୍ୱାଧୀନତା ଦିବସଠାରୁ ଏହା ଲାଗୁ କରାଯିବ । ଏହା ପ୍ରକାଶ ପାଇବା ପରେ ସାରା ଓଡିଶାରେ ଏହି କଥା ବ୍ୟାପି ଯାଇଥିଲା । ଯାହାକି ସମ୍ପୂର୍ଣ୍ଣ ମିଥ୍ୟାଥିଲା । ରାଜ୍ୟରେ ସବୁଠାରୁ ଅଧିକା ରାଜସ୍ୱ ମିଳୁଥିବା ବେଳେ କେବେ ବି ଓଡିଶାରେ ମଦ ବନ୍ଦ ହେବ ନାହିଁ  ।

author

Related Articles

Leave a Reply

Your email address will not be published. Required fields are marked *