ସଂଖ୍ୟାଗରିଷ୍ଠତା ହାସଲ କରି ରାଜ୍ୟରେ ସରକାର ଗଢିଛି ଭାରତୀୟ ଜନତା ପାର୍ଟି । ଜୁନ 18 ଓ 19ରେ ନବ ନିର୍ବାଚିତ ବିଧାୟକଙ୍କ ଶପଥପାଠ କାର୍ଯ୍ୟକ୍ରମ ହେବାକୁ ଯାଉଛି । ଏହାପରେ ଆସନ୍ତା 20 ତାରିଖରେ ବାଚସ୍ପତି ନିର୍ବାଚନ । ଏହି ତିନି ଦିନିଆ ଅଧିବେଶନ ପାଇଁ ବିଧାନସୌଧର ଭିତର ଓ ବାହାର ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି ପୋଲିସ ଡିଜି ଅରୁଣ ଷଡଙ୍ଗୀ । ଗୃହ ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥାର ଦାୟିତ୍ୱରେ ଅଛନ୍ତି ପୋଲିସ କମିଶନର ସଞ୍ଜିବ ପଣ୍ଡା । ପୋଲିସ କମିସନର ନିଜେ ସୁରକ୍ଷା ଦାୟିତ୍ୱରେ ରହିବେ । ୭୫ ପୋଲିସ ଅଧିକାରୀଙ୍କ ସହ ୮ ପ୍ଲାଟୁନ ପୋଲିସ ମୁତୟନ କରାଯିବ । ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଟିମ୍ ମଧ୍ୟ ନିୟୋଜିତ କରାଯାଇଛନ୍ତି ।
You can share this post!
author