ମହାନତା ଦେଖାଇଲେ ଗୋପାଳପୁର ବିଧାୟକ

ମହାନତା ଦେଖାଇଲେ ଗୋପାଳପୁର ବିଧାୟକ

ମାନବିକତା ଦେଖାଇଲେ ଗୋପାଳପୁର ବିଧାୟକ ତଥା ରାଜ୍ୟ ବାଣିଜ୍ୟ ପରିବହନ ଓ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ରାସ୍ତାରେ ଘଟିଥିବା ଏକ ଟ୍ରକ ଦୁର୍ଘଟଣାରେ ଆହତ ମାନଙ୍କୁ ତୁରନ୍ତ ସାହଯ୍ୟ କରି ଏବେ ପ୍ରଶଂସାର ପାତ୍ର ସାଜିଛନ୍ତି ମନ୍ତ୍ରୀ ବିଭୂତି ଜେନା । ମିଳିଥିବା ସୂଚନା ଅନୁସାରେ , ମନ୍ତ୍ରୀ ବିଭୂତି ଜେନା ନିଜ ନିର୍ବାଚନ ମଣ୍ଡଳୀରୁ ଫେରିବା ସମୟରେ ବିଭିନ୍ନ ସ୍ଥାନରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏବଂ ଏହି ସମ୍ବର୍ଦ୍ଧନା ଉତ୍ସବରୁ ଫେରିବା ସମୟରେ ହଳଦିଆ ପଦର ଜାତୀୟ ରାଜପଥରେ ଦୁଇ ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଏହାକୁ ଦେଖି ରାସ୍ତାରେ ଗାଡିରୁ ଓହ୍ଲାଇ ସେ ସେଠାକାର ସ୍ଥିତି ସମୀକ୍ଷା କରିଥିଲେ । ଏବଂ ଦୁର୍ଘଟଣାରେ ଆହତ ମାନଙ୍କୁ ବଡ ମେଡିକାଲକୁ ପଠାଇ ସେମାନଙ୍କ ଉତ୍ତମ ଚିକିତ୍ସା ନିମନ୍ତେ ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ । ତେବେ ଏହି ଘଟଣା ପରେ ଏବେ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଥିବା ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *